District

ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ

ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ

ବିଦ୍ର:- ବିପର୍ଯ୍ୟୟ ପାଇଁ ପ୍ରକୃତି କି ମଣିଷ ଦାୟୀ
ନବରଙ୍ଗପୁର:- ଡାବୁଗାଁ ଅଂଚଳର କିଛି ପ୍ରମୁଖ ନଦୀ ମଧ୍ୟରୁ ଅଙ୍ଗୀ ନଦୀ ଅନ୍ୟତମ । ଏହି ନଦୀ ଛେପଟି ଆମ ଅଂଚଳର ଏକ ପାହାଡ଼ କୋଣରୁ ବାହାରିଛି Iଏହି ନଦୀ ନବରଙ୍ଗପୁର ପ୍ରମୁଖ ନଦୀ ଇନ୍ଦ୍ରାବତୀ ନଦୀରେ ମିଶୁଛି Iଏହା କେବଳ ଗୋଟିଏ ନଦୀନୁହଁ, ଏହା ଡାବୁଗାଁ ଅଞ୍ଚଳର ଲୋକଙ୍କ ପାଇଁ ଜୀବନ ଜୀବିକା କହିଲେ ଭୁଲ ହେବନାହିଁ । ଏହି ଅଙ୍ଗୀ ନଦୀ କାହାପାଇଁ ନଦୀ ହୋଇପାରେ, କିନ୍ତୁ ଏହା ଡାବୁଗାଁ ବାସୀଙ୍କ ପାଇଁ ଜୀବନ ରେଖା କହିଲେ ଭୁଲ ହେବନାହିଁ । ଏହି ନଦୀ ଉପରେ କୃଷି, ମତ୍ସ୍ୟଜିବି, ଜୀବଜନ୍ତୁ, ପାନୀୟ ଜଳ ନିର୍ଭର କରନ୍ତି । ଏବେ କିଛି ବର୍ଷ ହେବ ଜଳସ୍ତର କମିଯାଇ ଛୋଟିଆ ନାଳ ଭଳି ଦୃଶ୍ୟମାନ ହେଉଛି । କେବଳ ଏତିକି ନୁହେଁ ଅଙ୍ଗୀ ନଦୀ ଧୀରେ ଧୀରେ ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି ବୋଲି ପରିବେଶ ବିତ ମାନେ ମତ ପ୍ରକାଶ କଲେଣି ।ଦିନେ ଲୋକଙ୍କୁ ଜୀବନ ଦେଉଥିବା ବେଳେ ବର୍ତ୍ତମାନ ନିଜ ଜୀବନ ବଞ୍ଚାଇବା ଅଛ ରହ ସଂଘର୍ଷ କରୁଥିବାର ନଦୀକୁ ଦେଖିଲେ ଜଣାପଡ଼ୁଛି I ଦିନକୁ ଦିନ ଜଳସ୍ତର କମିଯିବାରୁ ନ‌ଦୀ ମଝିରେ ଲଟା ବୁଦା ଓ ଗଛ ଉଠି ଯାଇଛି । ବାଲି ମାଫିଆ ଲୋଲୁପଦୃଷ୍ଟି ଓ ଖଣି, ରାଜସ୍ବ, ବନ ବିଭଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ବେଆଇନ ଭାବରେ ବାଲି ଉତ୍ତୋଳନ ହେଉଥ‌ିବାରୁ ଏଭଳି ଅସ୍ତିତ୍ବ ହରାଇ ବସିଛି କହିଲେ ଭୁଲ ହେବନାହିଁ । ବାଲି ନଦୀର ପାଣିକୁ ଭିଡି ଧରିଥାଏ। ବାଲି ନଦୀରୁ କି ବାଲିପଠାରୁ ନିୟମିତ ଭାବେ ଉଠା ହେଉଥିବାରୁ ଜଳସ୍ରୋତ କମିକମି ଯାଉଥିବାରୁ ଅଙ୍ଗୀ ନଦୀ ନିଜର ଅସ୍ତିତ୍ଵ ହରାଇଛି ।ବର୍ଜ୍ୟବସ୍ତୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଦିନକକୁ ଦିନ ବାଲି ଖନନ ଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲ ନଦୀକୂଳିଆ ଲୋକେ ମତବ୍ୟକ୍ତ କରିଛନ୍ତି। ଏମିତିକି ଛେପଟି ଆମ ନିକଟ ପାହାଡ଼ ଉପରେ ବଡ଼ ବଡ଼ ଗଛ କଟା ଓ ବନାଗ୍ମୀ ଦ୍ବାରା ନଷ୍ଟ ହେଉଥିବାରୁ ନଦୀର ଜଳସ୍ତର କମିବା ମଧ୍ୟ ଗୋଟିଏ କାରଣ ହୋଇଥାଇ ପରେ ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି ।କେବଳ ବର୍ଷା ଋତୁରେ ହିଁ କୂଳର ହାତୀମୁଣ୍ଡା ଟେକଡେମ ମାଧ୍ୟମରେ ପ୍ରାୟ ଦୁଇ ହଜାର ଜେମିକୁ ପାଣି ଯୋଗାଇବା ପାଇଁ ନିର୍ମାଣ ହୋଇଛି। ପ୍ରଶାସନିକ ଓ ମନ୍ତ୍ରୀସ୍ତରିୟ ଆଲୋଚନା ମାଧ୍ୟମରେ ସମାଧାନ କରିବା ସହ ଦାୟିତ୍ଵ ହୀନତା କାର୍ଯ୍ୟ କରୁଥିବା ଅଧିକାରୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବିହେଉଛି। ଖାସ କରି ଏଥି ପ୍ରତି ରାଜସ୍ଵ ବିଭାଗ, ମାଇନ୍ସ ବିଭାଗ ଏବଂ ବନ ବିଭାଗ ପ୍ରତାକ୍ଷ ରେ ନହେଲେବି ପରକ୍ଷରେ ଦାଈ ଅଟନ୍ତି। ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button