District

ଧାନ ଉଠିଲା, ମିଳିଲାନି ଟଙ୍କା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଧାନ ଉଠିଲା, ମିଳିଲାନି ଟଙ୍କା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଟଙ୍କା ନବରଙ୍ଗପୁର/ଚନ୍ଦାହାଣ୍ଡି,୭/୩: ଚାଷୀ ଖରିଫ ମଣ୍ଡିରେ ଧାନ ବିକ୍ରି କରିବାର ମାସେ ପରେ ବି ମିଳିନି ଚାଷୀମାନେ ଧାନ ବିକ୍ରି ଟଙ୍କା ପାଇବା ପାଇଁ କ୍ରୟକାରୀ ସଂସ୍ଥା, ବ୍ଲକର ଏମଆଇ, ଏଆରସିଏସ୍, ସିଏସଓ କାର୍ଯ୍ୟାଳୟ ଦୌଡ଼ି ନୟାନ୍ତ ହେବା ପରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଚନ୍ଦାହା ହାଣ୍ଡି ବ୍ଳକ

ପୂଜାରୀଗୁଡ଼ା ମଣ୍ଡିରେ ଚାଷୀ ମଜିଦା ଫାତିମା ଗତ ଜାନୁଆରି ୨୭ ତାରିଖ ଦିନ ଶହେ ଦ୍ବିଣ୍ଟାଲ ଧାନ ବିକ୍ରି କରିଥିଲେ । ଏହାପରେ ମଣ୍ଡିରୁ ମିଲର ଧାନ ଉଠେଇଥିଲେ ହେଁ ଟଙ୍କା ପାଇନଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ପୂଜାରୀଗୁଡ଼ା ମଣ୍ଡିରେ ଚାଷୀ ଓଁକାର ପୋଟା, ହୃଷିକେଶ ସାହୁ, ପ୍ରଦୀପ ସାହୁ, ଶିବାନନ୍ଦ ଯୋଶୀ,

ଉଗ୍ରେସନ ସମରଥ, ମାନସିଂ ସାହୁ, ସହଦେବ ପୂଜାରୀ ୭୫ ଦ୍ବିଣ୍ଟାଲ ଲେଖାଏଁ ଧାନ ବିକ୍ରି କରି ମାସେ ବିତିଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନଥିବା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟଯେ, ଗତ ୨୦୨୪-୨୫ ଖରିଫ ମଣ୍ଡିରେ ଚନ୍ଦାହାଣ୍ଡି ବ୍ଲକର ୧୭ଜଣ ଚାଷୀ ଦ୍ରୋଣ ସାହୁ, ଓଁକାର ପୋଟା, ହୃଷିକେଶ ସାହୁ, ମଜିଦା ଫାତିମା, ପ୍ରଦୀପ ସାହୁ, ଶିବାନନ୍ଦ ଯୋଶୀ, ଉଗ୍ରେସନ ସମରଥ, ମାନସିଂ ସାହୁ, ସହଦେବ ପୂଜାରୀ, ଚୈତନ୍ୟ ମାଝୀ, ଚନ୍ଦ୍ରମୋହନ ନାୟକ, ତୁଳାରାମ ନାୟକ, ଚନ୍ଦନ ଗୌଡ଼, ସନ୍ଦୀପ ମାଝୀ, ସତ୍ୟବାନ ମୁଣ୍ଡ, ରାଇବାରୁ ବିଶି, ଦେବାନନ୍ଦ ସିହ୍ନା ନିଜ ନିଜର ଧାନ ବିକ୍ରି କରିଥିଲେ। କିନ୍ତୁ ଚାଷୀଙ୍କ ଖାତାକୁ ଦୁଇଥର ଟଙ୍କା ଆସିଥିଲା । ସରକାର ସେମାନଙ୍କ ଜମାଖାତାକୁ ଫ୍ରିଜ୍ କରିବା ପରେ ଚାଷୀମାନେ ଗୋଟିଏ କିସ୍ତି ଟଙ୍କା ଫେରସ୍ତ କରିଥିଲେ । ଚଳିତ ମଣ୍ଡିରେ ଉପରୋକ୍ତ ଚାଷୀମାନେ ଧାନ ବିକିବାର ମାସେ ହେଲା ଟଙ୍କା ପାଇ ନାହାନ୍ତି । ଏନେଇ ଚନ୍ଦାହାଣ୍ଡି, ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ଚାଷୀମାନେ ଜିଲ୍ଲାପାଳ ଡ. ମହେଶ୍ଵର ସ୍ବାଇଁଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହାର ତଦନ୍ତ କରି ଚାଷୀମାନଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ସିଏସଓ ଦେବାଶିଷ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ |

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button