District

ଯୁବକଙ୍କ ଜୁଆଳୀ ମାଡରେ ବୃଦ୍ଧ ମୃତ୍ୟୁ

ଯୁବକଙ୍କ ଜୁଆଳୀ ମାଡରେ ବୃଦ୍ଧ ମୃତ୍ୟୁ

ଝରିଗାଁତା ୦୩/୦୩-ନୁଆଳୀ ମାଡ଼ରେ ଜଣେ ୬୦ ବର୍ଷୀୟ ବୃଦ୍ଧର ମୃତ୍ୟୁ ଘଟିଥ‌ିବା ନେଇ ଥାନାରେ ଏତଲା ହୋଇଛି । ଏଭଳି ଏକ ଅଭାବନିୟ ଘଟଣା ଘଟି ଯାଇଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଇଛାପୁର ପଂଚାୟତ ଅଧୀନରେ ଥ‌ିବା କର୍ଲାପଡା ଗ୍ରାମରେ ।ସୂଚନା ପ୍ରକାରେ, ଗ୍ରାମର ଜୟସିଂ ମାଝୀ ଓ ଶେଷମଲ ମାଝୀ ଗ୍ରାମ ଠାରୁ ଦେଢ଼ କିଲୋମିଟର ଦୂରରେ ଇଟା ତିଆରି କରି ଭାଟି ବାନ୍ଧିଥିଲେ ଓ ଭାଟିରେ ନିଆଁ ଲଗେଇବା ପାଇଁ ରବିବାର ସନ୍ଧ୍ୟାରେ ଡାକିବାରୁ ଗ୍ରାମର ଲଛମନ ମାଝୀ, ପୁସ୍ତମ ମାଝୀ, ଭଗବାନ ମାଝୀ ଜୟସିଂ ମାଝୀ ଶେଷମଲ ମାଝୀ, ପୀତବାସ ମାଝୀଙ୍କ ସହିତ ରୁଷିକେଶ ମାଝୀ ଓ ତାଙ୍କ ଜେଜେବାପା ଗୋବର୍ଧନ ମାଝୀ ସନ୍ଧ୍ୟା ୫ଟା ବେଳେ ଇଟାଭାଟିରେ ନିଆଁ ଦେବା ପାଇଁ ଯାଇଥିଲେ ।ଭାଟିରେ ନିଆଁ ଲଗେଇ ସାରିବା ପରେ ସେଠାରେ ଥିବା ଲଛମନ ମାଝୀର ଅସ୍ଥାୟୀ କୁଡ଼ିଆରେ ରୋଷେଇବାସ କରି ଖୁଆପିଆ କରିଥିଲେ ।ପରେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଋଷିକେଶ, ଭଗବାନ, ପୁସ୍ତମ ଓ ପୀତବାସ ଭାଟି ଠାରୁ କିଛି ଦୂରରେ ଯାଇ ମୋବାଇଲ ଦେଖୁଥିଲେ ।ହଠାତ ମରିଗଲି ମରିଗଲି ଚିତ୍କାର ଶୁଣି ଘଟଣା ସ୍ଥଳକୁ ଆସି ଦେଖୁଲା ବେଳକୁ ଗୋବର୍ଧନ ତଳେ ଅଚେତ ହୋଇ ପଡିଛି ।କଣ ହେଲା ବୋଲି ପଚାରିବାରୁ ଶେଷମଲ ଓ ଜୟସିଂ, ଲଛମନ କୁଡ଼ିଆ ଭିତରେ ଥିବା ଜୁଆଳୀରେ ଗୋବର୍ଧନ ମୁଣ୍ଡରେ ମାରିଥିବା ଜଣେଇଥିଲେ ।ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଡାକି ଝରିଗାଁ ଡାକ୍ତରଖାନାକୁ ନେଇ ଚିକିତ୍ସା କରେଇ ରାତି ପ୍ରାୟ ୯ଟା ବେଳେ ଘରକୁ ନେଇଯାଇଥିଲେ ।ଘରେ ପହଂବ୍ଧି ପରେ ରେ ଗୋବର୍ଧନ ପୁଣି ରକ୍ତବାନ୍ତି କରିବାରୁ ପୁଣିଥରେ ଆମ୍ବୁଲାନ୍ସ ଡାକି ଝରିଗାଁ ଡାକ୍ତରଖାନାକୁ ନେଇ ଯାଇଥିଲେ 1626 ହଲେ ଡାକ୍ତରଖାନା ପହଂବ୍ଧି କ୍ଷଣି ଗୋବର୍ଧନର ପ୍ରାଣବାୟୁ ଉଡି ଯାଇଥିଲା Iଲଛ ଛମନ ଇଟାଭାଟି ପାଖରେ ଥିବା ଲୋକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ରିବା ସହିତ ମାରିଦେବି, ପିଟିଦେବି ବୋଲି କହୁଥିବା ଶୁଣି ଗୋବର୍ଧନ କାହିଁକି ବିନା ନା ଦୋଷରେ ଲୋକଙ୍କ ସହିତ ଗଣ୍ଡଗୋଲ କରୁଛୁ ବୋଲି କହିବାରୁ ଗୋବର୍ଧନକୁ ମାରିଦେଇଥିବା ଏତଲାରେ ଦର୍ଶାଯାଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button