ଜିଲ୍ଲାପାଳଙ୍କ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ

ଜିଲ୍ଲାପାଳଙ୍କ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ
ନେଇ ଜିଲ୍ଲାସ୍ତରୀୟ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର
ନବରଙ୍ଗପୁର, ୪/୩ ଗୋବିନ୍ଦ ତ୍ରିପାଠୀ ସହରର ଦଶହରାପଦାରେ ଥିବା ସକ୍ଷମ ଅଙ୍ଗନବାଡି କେନ୍ଦ୍ରକୁ ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁ ଅଚାନକ ପରିଦର୍ଶନ କରିଥିଲେ | ଏହି ସମୟରେ ଅଙ୍ଗନବାଡି କର୍ମୀ ଅନୁପସ୍ଥିତ ଥିବା ବେଳେ କେବଳ ହେଲପର୍ ଉପସ୍ଥିତ ଥିଲେ | ପିଲାମାନେ ବି ନଥିଲେ । ସକ୍ଷମ ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ନଥିବା ବେଳେ ବହୁତ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଗୋଟିଏ କଠୋରିରେ କେନ୍ଦ୍ର ଚାଲିଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ଯୁଗ୍ମ ଅଭିଯୋଗ ଶୁ ଣ । ଣି ରେ ଡି ଏ ସ ଡ ବ୍ଳ ଓ ଦ୍ରୌପଦୀ କହିଁର ଓ ନବରଙ୍ଗପୁର ସିଡିପିଓ ରଶ୍ମି ପ।ଣି ଗ୍ର। ହୀ ଙ୍କ ଉପରେ ବିଗିଡ଼ିଥିଲେ। ଜିଲ୍ଲା ସଦର ମହକୁମାରେ ଥିବା ସକ୍ଷମ ଅଙ୍ଗନବାଡି କେନ୍ଦ୍ରର ଯଦି ଏଭଳି ଅବସ୍ଥା ତେବେ ଅନ୍ୟ କେନ୍ଦ୍ରର ଅବସ୍ଥା କିଭଳି ଥିବ ବୋଲି ପ୍ରଶ୍ନ କରିଥିଲେ। ଅଭିଯୋଗ ଶୁଣାଣିକୁ ସିଡିପିଓ କାହିଁକି ଆସିନାହାନ୍ତି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ସଂପୃକ୍ତ କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରର ତଥ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନବାଡି କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ସିଡିପିଓ ମୀନତି ନାୟକ କହିଛନ୍ତି ।



