District

ତେନ୍ତୁଳି ଯୋଗାଉଛି ଆଦିବାସୀଙ୍କୁ ଆହାର

ତେନ୍ତୁଳି ଯୋଗାଉଛି ଆଦିବାସୀଙ୍କୁ ଆହାର

ଝରିଗାଁ, ତା ୦୪/୦୩ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ବସବାସ କରୁଥିବା ଆଦିବାସୀ ମାନେ ଜଙ୍ଗଲ ଜାତୀୟ ଦ୍ରବ୍ୟ ଉପରେ ନିର୍ଭର ସହ ପରିବାର ପ୍ରତିପୋଷଣ କରନ୍ତି।ସେଥି ମଧ୍ୟରୁ ତେନ୍ତୁଳି ଅନ୍ୟତମ।ଆଦିବାସୀ ମାନେ ତେନ୍ତୁଳି ଗଛରୁ ତେନ୍ତୁଳି ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି।ତେବେ ତେନ୍ତୁଳି ବିକ୍ରି ପାଇଁ ବଜାର ନଥିବା ଯୋଗୁଁ ଉଚିତ ମୂଲ୍ୟରେ ବିକ୍ରି କରି ନପାରି କ୍ଷତି ସହୁଛନ୍ତି।ମାର୍ଚ୍ଚ ମାସ ଠାରୁ ମେ ମାସ ପର୍ଯ୍ୟନ୍ତ ତେନ୍ତୁଳି ସଂଗ୍ରହ ହୋଇଥାଏ। ଗୋଟିଏ ଗଛରେ ପ୍ରାୟ

ଏକ କ୍ରିଣ୍ଟାଲ ରୁ ଅଧିକ ତେନ୍ତୁଳି ସଂଗ୍ରହ ହୋଇଥାଏ।ଯଦି ଭଲ ତେନ୍ତୁଳି ହୋଇ ଥାଏ ତେବେ ଗୋଟିଏ ଗଛରେ ପ୍ରାୟ ଚାରି କ୍ରିଣ୍ଟାଲ ରୁ ଅଧୂକ ତେନ୍ତୁଳି ସଂଗ୍ରହ ହୋଇଥାଏ।ତେବେ ତେନ୍ତୁଳି ବିକ୍ରି ପାଇଁ କୌଣସି ବଜାର ନଥୁବା ଯୋଗୁଁ ଉଚିତ ମୂଲ୍ୟରେ ବିକ୍ରି କରିନପାରି ସ୍ଥାନୀୟ ବଜାରରେ ମାତ୍ର ମାତ୍ର ୫୦ ଟଙ୍କାରେ ବିକ୍ରି କରିବା ପାଇଁ ବାଧ୍ଯ ହେଉଛନ୍ତି।ଗୋଟିଏ ପଟ ଉଚିତ ଦରରେ ରେ ତେନ୍ତୁଳି ବିକ୍ରି ହେଉଥିବା ତେନ୍ତୁଳି ମେଘୁଆ ପାଗ ହେଲେ ତେନ୍ତୁଳି ଦର କମି ଯାଏ।ସେହିପରି ବର୍ଷାରେ ଭିଜି ଗଲେ ତାହା ବିକ୍ରି ଉପଯୋଗୀ ହେଉନଥିବା ବେଳେ କ୍ଷତି ସହିବା ପାଇଁ ପଡ଼ୁଥିବା ଲୋକମାନେ କହି କହିଛନ୍ତି ପ୍ରଶାସନ ପକ୍ଷରୁ ଯଦି ତେନ୍ତୁଳି ବିକ୍ରି ପାଇଁ କିଛି ବ୍ୟବସ୍ଥା କରାଯାଏ ତେବେ ଲୋକ ମାନେ ଉଚିତ ମୂଲ୍ୟରେ ତେନ୍ତୁଳି ବିକ୍ରି କରି ପାରନ୍ତେ ଓ

ଉପକୃତ ହୋଇ ପାରିଥାନ୍ତେ ବୋଲି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button