District

ମିଳୁନି ପିଏମ୍ ଆବାସ ଅର୍ଥ ଉପଜିଲ୍ଲାପାଳଙ୍କୁ ହିତାଧୂକାରୀଙ୍କ ଗୁହାରି

ମିଳୁନି ପିଏମ୍ ଆବାସ ଅର୍ଥ ଉପଜିଲ୍ଲାପାଳଙ୍କୁ ହିତାଧୂକାରୀଙ୍କ ଗୁହାରି

ଗୁଣପୁର,୩।୩ : ଗରିବଙ୍କୁ ଚିହ୍ନଟ କରି ବିଭିନ୍ନ ଯୋଜନାରେ ସାମିଲ କରିବାକୁ ସରକାର ତତ୍ପରତା ଦେଖାଉଛନ୍ତି। କିଛି କର୍ମଚାରୀଙ୍କ ଭୁଲ ପାଇଁ ଗରିବ ଶ୍ରେଣୀର ଲୋକେ ସେହି ଯୋଜନାର

ସୁଫଳ ପାଇପାରୁ ନାହାନ୍ତି । ପିଏମ୍ ଆବାସ ଗୃହ ଅର୍ଥରାଶି ମିଳୁନି । ହିତାକାରୀ ଉପଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି । ଏଭଳି ଘଟଣା ଗୁଣପୁର ବ୍ଲକ ଚାଲାକାମ୍, ପଞ୍ଚାୟତ କାଲମା ଓ ରୁପାପଦର ଗ୍ରାମରେ ଦେଖିବାକୁ ମିଳିଛି । ଦୁଇ ଗ୍ରାମରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ଦୀର୍ଘବର୍ଷ ଧରି ପଞ୍ଚାୟତଠୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ନୟାନ୍ତ ହେବା ପରେ ଗୁଣପୁର ଉପଜିଲ୍ଲାପାଳ

ଦୁଧାଲ ଅଭିଷେକ୍ ଦିଲ୍ଲୀପଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଦୁଇ ହିତାଧିକାରୀ ହେଲେ କାଲମା ଗ୍ରାମର ସୀତା ସବର ଓ ରୂପାପଦର ଗ୍ରାମର ବୁଡା ଶବର। ଦୁଇ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଇଁ ଆବେଦନ କରିଥିଲେ। 9099-୨୦୨୩ ମସିହାରେ କାର୍ଯ୍ୟାଦେଶ ପାଇଥିଲେ। ପରେ ଗୁଣପୁର ବ୍ଲକ କର୍ମଚାରୀ ପୁରୁଣା ଘର ଭାଙ୍ଗି ନିଜ ଖର୍ଚ୍ଚରେ ନୂଆ ଘର ନିର୍ମାଣ କରିବାକୁ କହିଥିଲେ । ପରେ ସରକାରୀ ଟଙ୍କା ମିଳିବ ବୋଲି ଆଶ୍ବାସନ ଦିଆଯାଇଥିଲା। ସେମାନଙ୍କ କଥାରେ ବିଶ୍ଵାସ କରି କାର୍ଯ୍ୟାଦେଶ ଧରି ହିତାଧିକାରୀ ଘର ଭାଙ୍ଗି ଦେଇଥିଲେ। ପୁରୁଣା ଘର ଭଙ୍ଗି ଧାରକରଜ କରି ହିତାଧିକାରୀ ଘର ନିର୍ମାଣ ଆରମ୍ଭ କରିଥିଲେ। କିନ୍ତୁ କାର୍ଯ୍ୟାଦେଶ ମିଳିବା ପରେ ଅର୍ଥ ନ ମିଳିବାରୁ ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ବ୍ୟାଙ୍କରୁ ଗ୍ରୁପ ଋଣ କରି ଘର ନିର୍ମାଣ

କରିଛନ୍ତି । ଘର ନିର୍ମାଣ କାମ ୨୦୨୫ ୫ ଡିସେମ୍ବରରେ ଜଣେ ହିତାଧିକାରୀ ସମାପ୍ତ କରିଥିବା ବେଳେ ଅନ୍ୟ ଜଣେ ହିତାଧିକାରୀ କାର୍ଯ୍ୟାଦେଶ ଧରି କାର୍ଯ୍ୟାଳୟକୁ ଦୌଡି ନୟାନ୍ତ ହୋଇଗଲେ । ହିତାଧିକାରୀ ଅର୍ଥ ପାଇପାରିଲେଲ ନାହିଁ I ପରେ ଦୁଇ ହିତାଧିକାରୀ ଜାଣିବାକୁ ପାଇଲେ ତାଙ୍କ ଟଙ୍କା ଭୁଲରେ ଅନ୍ୟ ଜଣଙ୍କ ଖାତାକୁ କୁ ଚାଲିଯାଇଛି। ହିତାଧିକାରୀ ବ୍ଳକରେ ପଚରାଉଚରା କରିଥିଲେ । ବ୍ଲକ୍ ପ୍ରଶାସନ ବ୍ୟାଙ୍କ ସହ ଯୋଗାଯୋଗ କରି ଟଙ୍କା ଫେରସ୍ତ ଆଣିଥିଲେ। । ହିତାଧିକାରୀଙ୍କ ଟଙ୍କା ସରକାରୀ ଖାତାକୁ କୁ ଚାଲିଯାଇଥିବାରୁ ଆଉ ପାଇପାରି ନାହାନ୍ତି ଦୁଇ ହିତାଧୂକାରୀ । ଅଭିଯୋଗ ଉପଜିଲ୍ଲାପାଳ ପାଇବା ପରେ ଗୁଣପୁର ବିଡିଓଙ୍କୁ ଅବଗତ କରାଇଥିଲେ। । ହିତାଧିକାରୀଙ୍କୁ ଦୃଷ୍ଟି ଦେବା ପାଇଁ ନିର୍ଦେଶ ଦେବା ସହ ଅତିଶୀଘ୍ର ଅର୍ଥ କିଭଳି ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଘଟଣାର ତଦନ୍ତ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button