ଆମ୍ବାଦଳା ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କର ମୃତ୍ୟୁ I

ଆମ୍ବାଦଳା ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କର ମୃତ୍ୟୁ I
ମୁନିଗୁଡା-୩. ୩. ୦୨୬ ରାୟଗଡା
ଜିଲ୍ଲା ଆମ୍ବାଦଳା ସରକାରୀ ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କର ହଷ୍ଟେଲ ଶୈଚାଳୟରେ ମୃତ୍ୟୁ ହୋଇଥିବା ନେଇ ଉତ୍ତେଜନା ପ୍ରକାଶ ପାଇ ଥିଲା । ପ୍ରାପ୍ତ ବିବରଣୀରୁ ପ୍ରକାଶ ମୃତ ଗୀତା ମାଝି ଆମ୍ବାଦଳା ନିକଟସୁ କନ୍ଧ ବାଲିଯୋଡି ଗ୍ରାମର ଅଟନ୍ତି । ମୃତ ଗୀତାରାଣୀ ଆମ୍ବାଦଳା ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଅଷ୍ଟମଶ୍ରେଣୀ ଅଧ୍ୟୟନ କରି ମଙ୍ଗଳ ବିଭାଗ ହଷ୍ଟେଲ ରେ ରହୁଥିଲେ। ଯାହା ଶୁଣିବାକୁ ମିଳିଛି ଗୀତାରାଣିଙ୍କର ଆଗରୁ ସିକଲିନ ଜନିତ ରୋଗ ଥିବାରୁ ସେ ମଝିରେ ମଝିରେ ଜ୍ଵର ହେଉଥିବାରୁ, ସେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୁଅନ୍ତି। ଗତକାଲି ସେ।ମବାର ରାତି ପ୍ରାୟ ୮. ୩୦ ସମୟରେ ସବୁଦିନଭଳି ହଷ୍ଟେଲରେ ସମସ୍ତଙ୍କ ସହ ରାତ୍ରି ଭୋଜନ କରିଥିଲେ । ହେଲେ ଏହି ସମୟରେ ଶୌଚ ପାଇଁ ଯାଇ ଗାଧୁଆ ଘରେ ଧୋଇ ହେବାକୁ ଯାଇଥିଲେ, ଦୀର୍ଘ ସମୟ ପର୍ଯ୍ଯନ୍ତ ଗୀତା କୋଠରୀ କୁ ଫେରିନ ଥିଲେ I ଗୀତାର ଫେରିବା ବିଳମ୍ବ ହେବାରୁ। ସାଙ୍ଗମାନେ ।ଶୌଚାଳୟକୁ ଦେଖୁବାକୁ ଗଲେ। ସେଠାରେ ଅଚେତ ଅବସ୍ଥାରେ ଛାତ୍ରୀ ଗୀତାମାଝି ପଡିଥିବା ଦେଖ୍ କାନ୍ଦ ବେ।ବାଳି କରି ପିଲାମାନେ ସ୍କୁଲରେ ଡାକ ପକାଇଥିଲେ। ସଙ୍ଗେସଙ୍ଗେ ହଷ୍ଟେଲ ମେଟ୍ରେନ ଓ ହଷ୍ଟେଲ ଦାୟିତ୍ଵ ରେ ଥିବା ପୁଷ୍ପ ଲତା ଘଢେଇ ଆମ୍ବାଦଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସମୟରେ ଖବର ପାଇ ପ୍ରଧାନ ଶିକ୍ଷକ କଲା ବାମନ ମୂର୍ତ୍ତି ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝି ଦୁଖରେ ଭାଙ୍ଗି ପଡି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ । ସହାନୁଭୁତି ଦୃଷ୍ଟିରୁ ଶବସତ୍କାର ପାଇଁ ନିଜସ୍ବ ଅର୍ଥ କିଛି ସାହାଯ୍ୟ କରିଥିବା ଆଲୋଚନା ହେଉଛି। ଏତିକି ବେଳେ ଆମ୍ବାଦଳା ପେଲିସ ଖବର ପାଇ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖୁଥିବା ପୁଲିସ ସୂତ୍ରରୁ ଜଣାପଡିଛି। ଏପଟେ ଉତ୍ୟକ୍ତ ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରି ଘେରା ବନ୍ଦୀ କରି ରଖୁଥିଲେ। ପେ।ଲିସର ବୁଝାସୁଝା ପରେ ଉତ୍ୟକ୍ତ ଜନତାଙ୍କ କବଳରୁ ସୁରକ୍ଷିତ ଭାବେ ପେ।ଲିସ ମୁକୁଳାଇ ପ୍ରଧାନ ଶିକ୍ଷକଙ୍କ ରୁମରେ ଛାଡିଥିଲେ । ଶବ ବ୍ୟବଛେଦ ରିପେ।ର୍ଟ ଆସିବା ଷ୍ପଟ ଜଣାପଡିବ ବୋଲି ପୁଲିସ ସୁତ୍ରରୁ ଜଣାପଡିଛି।
ଗୋବିନ୍ଦ ତ୍ରିପାଠୀ



