District

ମେଗା ଜଳଯୋଗାଣ ପ୍ରକଳ୍ପ ପକ୍ଷରୁ ୪ହଜାର ଓ କୃଷି ଜଳସେଚନ ବିଭାଗ ପକ୍ଷରୁ ୨ହଜାର ହେକ୍ସରରେ ଜଳସେଚନ ହେଉଥିବା ସୂଚନା ମିଳିଛି

ସୁଧୁରୁନି ଜଳ ସେଚନର ବ୍ୟବସ୍ଥା

ମାତ୍ର ୩୫% ଜମିରେ ରବି ଚାଷ

ଇନ୍ଦ୍ରାବତୀ ସେଚ ପ୍ରକଳ୍ପରୁ ମିଳୁନି ପାଣି

ନବରଙ୍ଗପୁର,୩/୩: ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାର ଥିବା ସତ୍ତ୍ବେ ଜଳସେଚନ ସୁବିଧା ନଥିବାରୁ ଚାଷ ଜମି ଗୁଡ଼ିକ ଶୁଖିଲା ପଡ଼ି ରହିଛି | ବର୍ତ୍ତମାନ ଜିଲ୍ଲାରେ ରହିଥିବା ମୋଟ ଚାଷ ଜମିରୁ ମାତ୍ର ୪୦ପ୍ରତିଶତ ଜମିକୁ ଜଳସେଚନ ହେଉଛି। ତେଣୁ ୩୫ପ୍ରତିଶତ ଜମିରେ ହିଁ ରବି ଚାଷ ହେଉଥିବା ଜଣାପଡ଼ିଛି।

ଜିଲ୍ଲାର ପ୍ରମୁଖ ନଦୀ ଇଦ୍ରାବତୀ ନଦୀରେ ପୋଡ଼ାଗଡ଼, କପୁର ଓ ମୁରାନ ନଦୀ ମିଶୁଥିଲା ତେଣୁ ଏହି ନଦୀ ଚିରସ୍ରୋତା ହୋଇଥିଲା ଏହି ନଦୀ ଗୁଡ଼ିକର ପାଣିକୁ ନେଇ ୨ଲକ୍ଷରୁ ଉର୍ଦ୍ଧ ହେକ୍ଟର ଜମିରେ ଚାଷ ହେଉଥିଲା ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଜିଲ୍ଲାର ଆର୍ଥିକ ମାନଦଣ୍ଡ ବି ଭଲ ରହିଥିଲା। ତେବେ ପୋଡ଼ାଗଡ଼, କପୁର, ମୁରାନ ନଦୀରେ ବନ୍ଧ ନିର୍ମାଣ ହେଲା ପରେ ଉପର ମୁଣ୍ଡର ପାଣି ତଳ

ମୁଣ୍ଡରେ ଥିବା ଚାଷ ଜମିକୁ ଆସୁନି। ଇଦ୍ରାବତୀ ପ୍ରକଳ୍ପ ନିର୍ମାଣ ହେବା ପରେ ଜିଲ୍ଲାବାସୀ ଚାଷ ଜମିକୁ ଜଳସେଚନ ଓ ଉତ୍ପାଦିତ ବିଦ୍ୟୁତର ଲାଭପାଇବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ପୂର୍ବରୁ ଦୁଇଟି ଚାଷ କରି ଆସୁଥିବା ଚାଷୀ ଏବେ ବର୍ଷକୁ ଥରେ ଚାଷ କରୁଛନ୍ତି। ଅପରପକ୍ଷରେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲା ଆଜି ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଶସ୍ୟ ଶ୍ୟାମଳା ହୋଇପାରିଛି

ବର୍ତ୍ତମାନ ଜିଲ୍ଲାରେ ୧ଲକ୍ଷ ୭୪ହଜାର ହେକ୍ଟର ଜମିରେ ଖରିଫ ଚାଷ ଓ ୫୦ହଜାର ହେକ୍ଟର ଜମିରେ ରବି ଚାଷ ହେଉଛି। ଜଳସେଚନ ଅଭାବରୁ ଲକ୍ଷ୍ୟ ଅନୁଯାୟୀ ଚାଷ ହୋଇପାରୁନି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧିରଂଜନ ବେହେରା ଜଳସେଚିତ ହେଉଥିବା ଚାଷ ଜମି ମଧ୍ୟରୁ ଉଠା ଜଳସେଚନ ବିଭାଗ

ଅନ୍ୟ ସ୍ରୋତରୁ ୪୦ପ୍ରତିଶତ ଜମି ଜଳସେଚିତ

ଦ୍ବାରା ଇଦ୍ରାବତୀ ନଦୀ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୧୬୩ଜଣ ଚାଷୀଙ୍କ ୨୩,୬୦୦ହେକ୍ଟର, ବିଦ୍ୟୁତ୍ ଓ ସୋଲାର ସହାୟତାରେ ଗଭୀର ନଳକୂପ ଜରିଆରେ ୫୦ହଜାର ହେକ୍ଟର ଜମିକୁ ଏଭଳି ମୋଟ ୭୩ହଜାର ୬୦୦ହେକ୍ଟର ଜମିକୁ ପାଣି ଯୋଗାଉଥିବା ଉଠା ଜଳସେଚନ ବିଭାଗର ଅଧୀକ୍ଷଣ କ୍ଷନ୍ତ୍ରୀ ଦିଲ୍ଲୀପ ଦାସ କହିଛନ୍ତି। ଆସନ୍ତା ବର୍ଷ ଆଉ ୪ହଜାର ବୋରୱେଲ୍‌ ଓ ୧୫୫ଟି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ୨୩ନ୍ଧଜାର ହେକ୍ଟର ଜମିରେ ଜଳସେଚନ କରିବାକୁ ଲକ୍ଷ୍ୟ ରହିଛି। କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ଭାସ୍କେଲ, କୁସୁମଝର, ଫୁଲଝରି ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ବାରା ୪୨୬୩ ହେକ୍ଟରକୁ ପାଣି ଯୋଗାଯାଉଛି| ଆଉ କିଛି ପ୍ରକଳ୍ପ ଦ୍ବାରା ୫ହଜାର ହେକ୍ଟର ଜମିରେ ପାଣି ଯୋଗାଇବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି କ୍ଷୁଦ୍ର ଜଳସେଚନ

ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚିନ୍ମୟୀ ମଲ୍ଲିକ। ମେଗା ଜଳଯୋଗାଣ ପ୍ରକଳ୍ପ ପକ୍ଷରୁ ୪ହଜାର ଓ କୃଷି ଜଳସେଚନ ବିଭାଗ ପକ୍ଷରୁ ୨ହଜାର ହେକ୍ସରରେ ଜଳସେଚନ ହେଉଥିବା ସୂଚନା ମିଳିଛି।

ପ୍ରକାଶ ଥାଉକି, ଇଦ୍ରାବତୀ ପ୍ରକଳ୍ପ ଦ୍ବାରା ୧ଲକ୍ଷ ୨୮ହଜାର ହେକ୍ଟର ଜମିକୁ ଜଳସେଚନ ଓ ୬ଶହ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରହିଥିଲା। ହେଲେ ତଳମୁଣ୍ଡର ଚାଷୀ ପାଣି ପାଉ ନଥିବାରୁ ଆନ୍ଦୋଳନ କରିଥିଲେ। ଏହାପରେ ହାଜା କମିସନ୍ ଇନ୍ଦ୍ରାବତୀ ଓ ମୁରାନ୍ ଡ୍ୟାମରୁ ୭ କ୍ୟୁସେକ୍ ଜଳ ବର୍ଷତମାମ ଛାଡ଼ିବାକୁ ଏବଂ ଟୁରୀ ଓ ବାଙ୍ଗରା ନାଳରେ ଡ୍ୟାମ୍ ନିର୍ମାଣ କରିଲେ ଶୁଖା ଅଞ୍ଚଳରେ କିଛି ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରସ୍ତାବ ଦେଇଥିଲେ। ଦୀର୍ଘ ବର୍ଷ ପରେ ବି ଏହି ଦୁଇ ପ୍ରକଳ୍ପ କାମ ଶେଷ ହୋଇପାରିନି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button