District

ବିଚ୍ଛିନ୍ନାଞ୍ଚଳରେ ବନ୍ଦିଜୀବନ

ବିଚ୍ଛିନ୍ନାଞ୍ଚଳରେ ବନ୍ଦିଜୀବନ

ନବରଙ୍ଗପୁର,,୨/୩: ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ଵରେ ରହି ୩୬ବର୍ଷ ହେଲା ଜଳବନ୍ଦି ଜୀବନ ବିତାଉଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ୫ଟି ଗ୍ରାମର ଲୋକେ | ଯାତାୟାତ ସୁବିଧା ନ ଥିବାରୁ ମଞ୍ଚାଗାଁ ପଞ୍ଚାୟତର ଗୁରୁମାଇଗୁଡ଼ା, ଝଲାଗୁଡ଼ା, ବାଗ୍ରା, ଟାଙ୍ଗଣିକୋଟ ଓ ତଲଙ୍ଗବାସୀ ଜୀବନ ଜୀବିକା ପାଇଁ ଦୈନିକ ୧୦ କିମି ଜଳଯାତ୍ରା କରୁଛନ୍ତି। ତାହା ପୁଣି ହୁଲି ଡଙ୍ଗାରେ ଚିକିତ୍ସା ସୁବିଧା ନ ଥିବାରୁ

ଡାକ୍ତରଖାନା ଯିବା ପାଇଁ ରୋଗୀ ଓ ଗର୍ଭବତୀଙ୍କୁ ଜଳଭଣ୍ଡାର ପାର ହେବାକୁ ପଡୁଛି।

ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ପୁରୁଷ ପୁରୁଷର ଭିଟାମାଟିକୁ ଛାଡ଼ି ନୂଆ ସ୍ଥାନରେ ରହୁଛନ୍ତି ଗ୍ରାମବାସୀ ତଳଙ୍ଗ ଗ୍ରାମରେ ୨୬ଟି ପରିବାରର ୧୨୮ ଜଣ ବସବାସ କରୁଛନ୍ତି। ସେହିପରି ଗୁରୁମାଇଗୁଡ଼ାରେ ୭୩ଟି ପରିବାରର ୩୦୫, ଟାଙ୍ଗିଣିକୋଟରେ ୩୫ଟି ପରିବାରର ୧୬୭, ବାଗ୍ରାରେ ୩୩ଟି ପରିବାରର ୧୩୭, ଝୋଲାଗୁଡ଼ାରେ ୭ଟି ପରିବାରର ୩୧ଜଣ; ଏଭଳି ୫ଟି ଗାଁରେ ୧୭୪ଟି ପରିବାରରେ ୭୫୮ ଜଣ ରହୁଥିବା ସରକାରୀ ରେକର୍ଡ କହୁଛି। ଗୁରୁମାଇଗୁଡ଼ା ଓ ଟାଙ୍ଗିଣିକୋଟରେ ପ୍ରାଥମିକ ବିଦ୍ୟାଳୟ

ଥିବାରୁ ଅଧାରୁ ଅଧିକ ପିଲା ପାଠପଢ଼ାରେ ଡୋରି ବାନ୍ଧିଛନ୍ତି। ୫ଟି ଗାଁରେ ପ୍ରାଥମିକ

ସ୍ବାସ୍ଥ୍ୟବସ୍ଥା ତଦାରଖ ପାଇଁ ୨ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି। କପୁର, ବାରିଆଘାଟ, ଢେପଗୁଡ଼ା, ପୋଡ଼ାଗୁଡ଼ା ଓ କେନ୍ଦୁଗୁଡ଼ା ଘାଟ ଦେଇ ୫ଟି ଗାଁର ଲୋକ ଡଙ୍ଗାରେ ଯିବା ଆସିବା କରୁଛନ୍ତି । ଗ୍ରାମବାସୀ ଜଙ୍ଗଲଜାତ ଦ୍ରବ୍ୟ, କୋଇଲା ଓ ଜଳଭଣ୍ଡାରରୁ ମାଛ ଧରି ଡଙ୍ଗାରେ ଆଣି ଇନ୍ଦ୍ରାବତୀ ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ପ୍ରତ୍ୟେକ ଦିନ ତଳଙ୍ଗ ଗ୍ରାମବାସୀ ଜୀବନକୁ ବାଜି ଲଗାଇ ହୁଲି ଡଙ୍ଗାରେ ଜଳଭଣ୍ଡାର ପାର ହେଉଛନ୍ତି। ପିଡିଏସ୍ ସାମଗ୍ରୀ ଓ ଭତ୍ତା ପାଇଁ ଜଳଭଣ୍ଡାର ଅପରପାର୍ଶ୍ଵରେ ଥିବା ମଞ୍ଚାଗାଁ ପଞ୍ଚାୟତକୁ ଯିବାକୁ

ଜୀବିକା ପାଇଁ ୧୦କିମି ଜଳଯାତ୍ରା

ହୁଲି ଡଙ୍ଗାରେ ଡାକ୍ତରଖାନା

ଆସୁଛନ୍ତି ଗର୍ଭବତୀ, ରୋଗୀ

ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍, ସଡ଼କ, ପାନୀୟ ଜଳ ଅପହଞ୍ଚ

ପଡୁଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ୫ଟି ଗ୍ରାମ ନିମନ୍ତେ ଆଜି ସୁଦ୍ଧା ମୋଟର ଡଙ୍ଗା କିମ୍ବା ଲଞ୍ଚ ବ୍ୟବସ୍ଥା କରାଯାଇନି।

ଜଳବନ୍ଦୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି ପ୍ରଶାସନ ଆଜି ବି ଲୋକେ ପାନୀୟ ଜଳ, ବିଦ୍ୟୁତ୍, ସଡ଼କ, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ୫ବର୍ଷ ପୂର୍ବେ ଲାଗିଥିବା ସୋଲାର ଲାଇଟ୍ ଅଚଳ ହୋଇପଡ଼ିଛି। ଟାଙ୍ଗିଣିକୋଟ ଓ ବାଗ୍ରା ପାଇଁ ଜଣେ ଅଙ୍ଗନବାଡ଼ି କର୍ମୀ, ଗୁରୁମାଇଗୁଡ଼ା ପାଇଁ ଜଣେ, ଝୋଲାଗୁଡ଼ା ପାଇଁ ଜଣେ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି | କିନ୍ତୁ ନିଜସ୍ବ ଘର ନ ଥିବାରୁ ଅଙ୍ଗନବାଡ଼ି ହେଲ୍ପରଙ୍କ ଘରେ ପିଲା ପଢୁଛନ୍ତି। ଯାତାୟତ ଅସୁବିଧା କାରଣରୁ ନଳକୂଅ ଖନନ ଗାଡ଼ି ଗାଁରେ ପହଞ୍ଚି ପାରୁନି। ଇନ୍ଦ୍ରାବତୀ ଜଳଭଣ୍ଡାର ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button