District

ଇନ୍ଦ୍ରାବତୀ–ନବରଙ୍ଗପୁର ମୁଖ୍ୟ ରାସ୍ତା ନବୀକରଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଇନ୍ଦ୍ରାବତୀ–ନବରଙ୍ଗପୁର ମୁଖ୍ୟ ରାସ୍ତା ନବୀକରଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଦିନ କେଇଟାରେ ଉଠିଲାଣି ପିଚୁ ରାସ୍ତାରୁ ହଟୁନି ବିଦ୍ୟୁତ ଖୁଣ୍ଟ ଓ

ଦୁର୍ଘଟଣା ଆଶଙ୍କା ରହିଛି ।

ନବରଙ୍ଗପୁର, ୨୭।୨ : ନବରଙ୍ଗପୁର ଜିଲ୍ଲା ଠାରୁ ଇନ୍ଦ୍ରାବତୀ ପ୍ରକଳ୍ପ ସହର ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟ ଜାରି ରହିଛି । ଚରାମୁଳ ଠାରୁ ଇନ୍ଦ୍ରାବତୀ ପର୍ଯ୍ୟନ୍ତ ହୋଇଥିବ ପିଚୁ ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିଯାଉଥ‌ିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ ।

ସୂଚନା ଅନୁଯାଇ ଆଉଳିଗୁମା ନିକଟସ୍ଥ ଏକ ସ୍ଥାନରେ ନୂତନ ଭାବେ ହୋଇଥିବା ଏହି ରାସ୍ତାର ପିଚୁ ଉଠି ରାସ୍ତା ନଷ୍ଟ ହୋଇଛି । ନିର୍ମାଣ ଆରମ୍ଭରୁ ରାସ୍ତାର ଏହିଭଳି ଅବସ୍ଥା

କୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ, ବୃକ୍ଷ, ପାଇପ ଏୟାର ଭଲବ ଆଦି ପାଇଁ ରାସ୍ତା ସଠିକ ଭାବରେ ରୋଲିଙ୍ଗ ନକରି ପିଚୁ ପକା ଯାଇଥିବାରୁ ରାସ୍ତାର ସ୍ଥାୟୀତ୍ୱ କୁ.ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଭାଗୀୟ ସମନ୍ଵୟ ଅଭାବ ହେତୁ କାର୍ଯ୍ୟ ମନ ଇଚ୍ଛା କାମ ହେଉଛି । ସମସ୍ତ ବିଭାଗର ଅନୁମତି ନ ନେଇ କାର୍ଯ୍ୟ ଆରମ୍ଭ ହୋଇ ସାରିବାକୁ ବସିଲାଣି ହେଲେ ରାସ୍ତାରେ ଥିବା ପାଇପ ଲାଇନ, ବିଦ୍ୟୁତ ଖୁଣ୍ଟ ଆଦି ହଟା ଯାଇନାହିଁ ।

ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବା ସହ ପ୍ରଶାସନ ର ଢିଲାପଣ ସୂଚିତ ହେଉଥ‌ିବା ଚର୍ଚ୍ଚା

ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ସଠିକ ଭାବେ ନିର୍ମାଣ ପାଇଁ ଦାବି ହେଉଛି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button