District

କୋରାପୁଟ ପୋଲିସକୁ ବଡ଼ ସଫଳତା ଗୋଟେ ଦିନରେ କୋରାପୁଟ ପୋଲିସ କୁ ୨ ଟି ବଡ଼ ସଫଳତା

କୋରାପୁଟ ପୋଲିସକୁ ବଡ଼ ସଫଳତା ଗୋଟେ ଦିନରେ କୋରାପୁଟ ପୋଲିସ କୁ ୨ ଟି ବଡ଼ ସଫଳତା

ଜୟପୁର, ୨୭/୦୨;ଗୋଟେ ଦିନରେ କୋରାପୁଟ ପୋଲିସ କୁ ୨ ଟି ବଡ଼ ସଫଳତା। ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ରୁ ଉର୍ଦ୍ଧ ସେଇ ଭଳି ବାହାର ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ନନ୍ଦପୁର ପୋଲିସ ୧୧୪୪ କେଜି ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ରୁ ଉଦ୍ଧ ହେବ ବୋଲି ପୋଲିସ କହିଛି । ଗୋଟେ ଦିନରେ କୋରାପୁଟ ପୋଲିସ କୁ ୨ ଟି ବଡ଼ ସଫଳତା। ଓଡିଶା ଆନ୍ଧ୍ର ସୀମାନ୍ତ ଜଲାପୁଟ ଜଳ ଭଣ୍ଡାର ନିକଟରୁ ଗଞ୍ଜାଇ ତେଲ ପ୍ରସ୍ତୁତ ହେଉଥିବା ଅସ୍ଥାୟୀ ପ୍ରେସେସିଂ ୟୁନିଟ୍ ଠାବ କରିବା ସହିତ ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ରୁ ଉଦ୍ଧ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ପୂର୍ବ ରୁ ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ କୁ କେତେବେଳେ ସିକ୍ରେଟ ଗ୍ୟାମ୍ବର ମଧ୍ୟରେ ତ ଆଉ କେତେବେଳେ ପଣସ ଆଉ କବଳୀ ଗାଡି ରେ ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିଲେ । କିନ୍ତୁ ଗଞ୍ଜାଇ ମାଫିଆ ଙ୍କ ଗଞ୍ଜେଇ ଚୋରା ଚାଲାଣ ର ଟ୍ରେଣ୍ଡ ବଦଳିଛି । ଗଞ୍ଜେଇ ରୁ ତେଲ ବାହାର କରି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି । ଆନ୍ଧ୍ର ଓଡିଶା ସୀମାନ୍ତ ଜଲାପୁଟ ଜଳଭଣ୍ଡାର ନିକଟରେ ଅସ୍ଥାୟୀ ପ୍ରେସେସିଂ ୟୁନିଟ୍ କରି ଗଞ୍ଜେଇ ତେଲ ପ୍ରସ୍ତୁତ ହେଉଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ତିଆଇକି ଡକ୍ଟର କନୱର ବିଶାଲ ସିଂ ଙ୍କୁ ବିଶେଷ ସୂତ୍ରରୁ ସୂଚନା ଆସିଥିଲା । ଜିଆଇଜିଙ୍କ ନିର୍ଦେଶ କ୍ରମେ କୋରାପୁଟ ଏସପି ରୋହିତ ବର୍ମା ଙ୍କ ତତ୍ୱାବଧାନ ରେ ଏକ ଟିମ ଗଠନ କରାଯାଇ ଆନ୍ଧ୍ର ଓଡିଶା ସୀମାନ୍ତ ଜଲାପୁଟ ଜଳଭଣ୍ଡାର ନିକଟରେ ଅସ୍ଥାୟୀ ପ୍ରେସେସଂ ୟୁନିଟ୍ ଉପରେ ଚଢ଼ାଉ କରାଯାଇ ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ

୨୦୦ କୋଟି ଟଙ୍କାରୁ ଉଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି। ସେଇ ପରି ଆନ୍ଧ୍ର ସୀମାନ୍ତ ବର୍ଗୀ ମୁଡିମପୁଟ ନିକଟରେ ୨ ଟି ପିକଅପ ଗାଡ଼ିରେ ଉପରେ ଖେଳନା ଭିତରେ ଗଞ୍ଜେଇ ଯାଉଥିବା ଖବର ମିଳିଥିଲା । ପୋଲିସ ୨ ଟି ଗାତି କୁ ଯାଞ୍ଚ କରିବାରୁ ସେଥିରୁ ୧୧୪୪ କେଜି ଗଞ୍ଜେଇ ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ୨ ଜଣ ସେମିଳିଗୁଡା ର ହୋଇଥିବା ବେଳେ ଆଉ ୨ ଜଣ ହରିୟାନା ବୋଲି ଜଣା ପଡିଛି। ପୋଲିସ ଗାଡି ସହିତ ଗଞ୍ଜେଇ ଜବତ କରି ଅଧ‌ିକ ତଦନ୍ତ କରୁଛି। ଗଞ୍ଜେଇ ମାଫିଆ ମାନେ ପାହାଡ଼ ଉପରେ ଆଦିବାସୀ ଚାଷୀ ମାନଙ୍କୁ ପ୍ରଲୋଭିତ ଦେଖାଇ ଗଞ୍ଜେଇ ଚାଷ କରୁଛନ୍ତି । ଅନେକ ସମୟରେ ନିରୀହ ଚାଷୀ ମାନେ ମଧ୍ୟ ଗଞ୍ଜେଇ ଚାଷ ରେ ଜେଲ ଯାଉଛନ୍ତି । ଭୁଲ କରୁଛି ଗଞ୍ଜେଇ ମାଫିଆ ଦୋଷ ମୁଣ୍ଡାଉଛି ନିରୀହ ଆଦିବାସୀ ଚାଷୀ । ଗଞ୍ଜେଇ ଚାଷ ଛାଡି ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲ ହୋଇ ସ୍ଵାବଲମ୍ବୀ ହେବା ପାଇଁ ବୃଦ୍ଧିଜୀବୀ କହିଛନ୍ତି । କୋରାପୁଟ ଜିଲ୍ଲାକୁ ସମ୍ପୂର୍ଣ ଗଞ୍ଜାଇ ମୁକ୍ତ କରିବା ପାଇଁ ସ୍ପେଶାଲ ଡ୍ରାଇଭ ଚାଲିଛି। ପୋଲିସ ନଜର ରେ ଗଞ୍ଜେଇ ମାଫିଆ ରହିଛନ୍ତି । ଖୁବ ଶୀଘ୍ର ଏହାର ମାଷ୍ଟର ମାଇଣ୍ଡ ଙ୍କୁ ଧରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନଓ୍ବାର ବିଶାଲ ସିଂ କହିଛନ୍ତି । ଗଞ୍ଜାଇ ଚୋରା ଚାଲାଣ ର ତ।ରିକା ବଦଳିଛି । ଗଞ୍ଜେଇ ମାଫିଆ ମାନେ ଏବେ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ଗଞ୍ଜେଇ ଚାଲାଣ ଉପରେ ପୋଲିସ ର ତୀକ୍ଷ୍ଣ ନଜର ରହିଛି । ଆଗକୁ କୋରାପୁଟ ଜିଲ୍ଲା ସମ୍ପୂର୍ଣ ଭାବେ ଗଞ୍ଜାଇ ମୁକ୍ତ ହେବ ବୋଲି ପୋଲିସ ଆଶା ରଖୁଛି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button