District

ବଦଳିବ କୁନ୍ଦୁଲି ହାଟର ରୂପରେଖ।

ବଦଳିବ କୁନ୍ଦୁଲି ହାଟର ରୂପରେଖ।

ଭୁବନେଶ୍ୱର,୨୭/୨ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ବିଶେଷ ଗୁରୁତ୍ବ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ସ୍ଥିତ କୁନ୍ଦୁଲି ହାଟର ପୁନଃରୁଦ୍ଧାର କରାଯିବ। ଏହାସହ ଏଠାରେ ସମନ୍ବିତ ଆଦିବାସୀ ବଜାର

ସ୍ଥାପନ ହେବ ସମନ୍ବିତ ଆଦିବାସୀ ବଜାର ଗୁରୁତ୍ବ ପାଇବ ସ୍ଥାନୀୟ ଉତ୍ପାଦ

ସ୍ଥାପନ କରା‌ଯିବ । ଯେଉଁଠାରେ ଜିଲ୍ଲାର ସମସ୍ତ ଉତ୍ପାଦ ଉପଲବ୍ଧ ହେବ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ଡିପିଆରରୁ ଏ ସମ୍ପର୍କରେ ଜଣାପଡ଼ିଛି ।
ସୂଚନା ଅନୁସାରେ, ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ତଥା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଦେଓମାଳିକୁ ଯିବା ପାଇଁ କୁଦୁଲି ହାଟ ଛକ ହେଉଛି ମୁଖ୍ୟ ରାସ୍ତା । ଏଣୁ ଏଠାରେ ସମନ୍ବିତ ଆଦିବାସୀ ହାଟ ସହିତ ଏକ ସୁଉଚ୍ଚ ସ୍ବାଗତ ଚୋରଣ ମଧ୍ୟ ନିର୍ମାଣ ହେବ । କୋରାପୁଟ

ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଡିପିଆର ପ୍ରସ୍ତୁତ କରାଯାଇଛି । ଏହାର ବ୍ୟୟ ଅଟକଳ ୧୫ କୋଟି ୭୫ ଲକ୍ଷ ଟଙ୍କା ରହିଛି । ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ଏହି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଡିପିଆର ଅନୁସାରେ, କୁନ୍ଦୁଲି ହାଟଠାରେ ସ୍ବତନ୍ତ୍ର ବଜାର ସ୍ଥାପନ ହୋଇ ପରିଚାଳନା ହେବ । ଯେଉଁଠାରେ ସ୍ଥାନୀୟ ହସ୍ତତତ୍ତ୍ଵ ସାମଗ୍ରୀ ସହିତ ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଏବଂ ସମସ୍ତ

ସ୍ଥାନୀୟ ଉତ୍ପାଦ ଉପଲବ୍ଧ ହେବ । ଦେଓମାଳି ଆସୁଥିବା ପର୍ଯ୍ୟଟକମାନେ ସୁଲଭ ମୂଲ୍ୟରେ ଗୋଟିଏ ସ୍ଥାନରେ ଜିଲ୍ଲାର ବିଭିନ୍ନ ପ୍ରକାରର ଉତ୍ପାଦ ପାଇପାରିବେ । ଏଠାରେ ବଜାର ପରିଚାଳନା ହେଲେ ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ହେବ। ସେଭଳି ଦେଓମାଳିକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହି ପ୍ରକଳ୍ପର ଅନ୍ୟତମ ଉଦ୍ଦେଶ୍ୟ । କାରଣ ଦେଓମାଳିରେ ପର୍ଯ୍ୟଯକଙ୍କ ପାଇଁ ବିଭିନ୍ନ ଆନୁସଙ୍ଗିକ ସୁବିଧା ନାହିଁ । ଏଣୁ କୁନ୍ଦୁଲି ଛକରେ ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ପ୍ରଶସ୍ତ ପାକିଂ ବ୍ୟବସ୍ଥା ସହିତ ପର୍ଯ୍ୟଯକଙ୍କ ରାତ୍ର ରହଣି ପାଇଁ ମଧ୍ଯ କଟେଜ୍ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button