ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା
ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର, ୨୫/୨: ତେନ୍ତୁଳିଖୁଣ୍ଡି ବ୍ଲକରେ ଚାଲିଛି ବେଆଇନ୍ ମଦ ବ୍ୟବସାୟ ଏଥିଯୋଗୁଁ ନିଶାସକ୍ତମାନେ ଗାଁରେ ଅଶାନ୍ତିକର ପରିବେଶ ସୃଷ୍ଟି କରୁଛନ୍ତି। ତେଣୁ ମଦ ଦୋକାନୀ ଓ ନିଶାସକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛି ନାରୀ ମହାସଂଘ। ଏନେଇ ଜିଲ୍ଲାପାଳଙ୍କ
ଉଦ୍ଦେଶ୍ୟରେ ଅବକାରୀ ଅଧୀକ୍ଷକ ପ୍ରତାପ କୁମାର ଦାସ ଓ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ନିଶାମୁକ୍ତି ଅଭିଯାନ ପାଇଁ ଅଣ୍ଟା ଭିଡ଼ିଥିବା ନାରୀ ସଂଘମାନଙ୍କୁ ପୁଲିସ ସହଯୋଗ କରୁ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ଗାଁରେ ଦିନକୁ ଦିନ ବେଆଇନ୍ ମଦ
ବ୍ୟବସାୟ, ମଦ ଦୋକାନ ଓ ମଦ୍ୟପଙ୍କ ସଂଖ୍ୟା ବଢ଼ି ଚାଲିଛି| ମଦ ପିଇ ନିଶାଡ଼ିଆମାନେ ଗାଁରେ ବିଭିନ୍ନ ପ୍ରକାର ହିଂସା ଓ ଅନୈତିକ କାର୍ଯ୍ୟ କରୁଛନ୍ତି | ଗ୍ରାମସଭାର ବିନା ଅନୁମୋଦନରେ ମଦ ଦୋକାନ ଚାଲିଛି। ତେଣୁ ବେଆଇନ ମଦ ବ୍ୟବସାୟ, ମଦ ଦୋକାନ ଓ ମଦ୍ୟପାନ କରି ଅଶାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ବ୍ଲକ ମଧ୍ୟରେ ଚାଲିଥିବା ଦେଶୀ ତଥା ବିଦେଶୀ ମଦ ଦୋକାନ, ମଦ ଭାଟି ବନ୍ଦ, ବେଆଇନ୍ ମଦ ବ୍ୟବସାୟୀଙ୍କୁ ଗିରଫ କରିବକୁ ଦାବି ହୋଇଛି। ଏସଏଚଜି ଓ ନାରୀ ମହାସଂଘ ଦ୍ବାରା ଚିହ୍ନଟ ନିଶାସକ୍ତଙ୍କୁ ଗିରଫ, ମଦ ମୁକ୍ତ ଅଭିଯାନକୁ ସୁଦୃଢ଼ ସୁ କରିବା ନିମନ୍ତେ ନାରୀ ମହାସଂଘ ଓ ପୁଲି ପୁଲିସକୁ ନେଇ ମିଳିତ କମିଟି ଗଠନ ନିମନ୍ତେ ଦାବି ହୋଇଛି। ପ୍ରତ୍ୟେକ ଗ୍ରାମରେ ନାରୀ ମହାସଂଘର ବୈଠକ ନିଠକ ନିମନ୍ତେ ନିମ ସଭାଗୃହ ଯୋଗାଇବା, ସଚେତନ କାର୍ଯ୍ୟକ୍ରମ କରାଯିବାକୁ ଦାବି ହୋଇଛି | ଦାବିପତ୍ର ପ୍ରଦାନ ବେଳେ ବ୍ଲକର ବିଭିନ୍ନ ଗ୍ରାମର ମହିଳାମାନେ ଉପସ୍ଥିତ ଥିଲେ ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



