District

ଭଙ୍ଗାଘରେ ବିତୁଛି ଜୀବନ, ଆବାସ ଘର ସାତସପନ

ଭଙ୍ଗାଘରେ ବିତୁଛି ଜୀବନ, ଆବାସ ଘର ସାତସପନ

ତେନ୍ତୁଳିଖୁଣ୍ଟି, ୨୫/୨

ଗରୀବ ବାସହୀନ ପରିବାରଙ୍କୁ ଘର ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ, ଅନ୍ତଦୌୟ ଯୋଜନା ଆଦି ରହିଛି। କିନ୍ତୁ ଏବେବି ଅନେକ ପରିବାର ଅଛନ୍ତି ଯେଉଁମାନେ ଏସବୁ ଯୋଜନାରେ ହୋଇ ପାରିନାହାନ୍ତି I କେତେବେଳେ ସରକାରୀ ଦଳର କର୍ମୀ -ସେମାନଙ୍କ ପାଖକୁ ଆସି କାଗଜ ପତ୍ର ନେଇ ଘର କରାଇ ଦେବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ତ କେତେବେଳେ ସରକାରୀ କର୍ମଚାରୀ ଆସି ଦେଖ୍ ଯାଇଛନ୍ତି। କିନ୍ତୁ ଅନେକ ହିତାଧିକାରୀଙ୍କୁ ଏହାର ଲାଭ ମିଳୁନ ଥିବା ଅଭିଯୋଗ ହେଉଛି। ଯାହାର ଉଦାହରଣ ତନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମରୁ ସାମ୍ନାକୁ ଆସିଛି।

ଭଙ୍ଗାଘର ଆଗରେ ଅର୍ଜୁନ ଓ ତାଙ୍କ ସ୍ତ୍ରୀ ଗୁରୁବାରି।

ଶଶିଙ୍କର ପାଞ୍ଚ ପୁଅ ବୀର, ରଘୁ, ଅର୍ଜୁନ, ଶିବ, ଯଦୁ ଓ ଝିଅ ଅର୍ଣ୍ଣ । ସେମାନଙ୍କ ମଧ୍ୟରୁ ଅର୍ଜୁନ ଦିବ୍ୟାଙ୍ଗ। ଅର୍ଜୁନଙ୍କ ସ୍ତ୍ରୀ

ଗୁରୁବାରି ଓ ମା ଶଶି ଜରାଜୀର୍ଣ୍ଣ ଘରେ ରହୁଛନ୍ତି । ରଘୁ କୁଲି କାମ କରି ଅଜବେଷ୍ଟ ଘର ଟିଏ କରିଛନ୍ତି। ସେହି ଘରେ ମାନସିକ ଭିନ୍ନକ୍ଷମ ଭଉଣୀ ଅର୍ଣ୍ଣ, ଭାଇ ଯଦୁ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି । ବଡ଼ ଭାଇ ବୀର ବାହାରେ କାମ କରୁଥିବାରୁ ଗ୍ରାମରେ ରହୁନାହାନ୍ତି । ଭଙ୍ଗା ଘରେ ଘରେ ଖରା ବର୍ଷା ଶୀତରେ ଦୟନୀୟ ସ୍ଥିତିରେ ଭିନ୍ନକ୍ଷମ ଅର୍ଜୁନ ସ୍ତ୍ରୀ ଓ ମା ଶଶିଙ୍କୁ ନେଇ ରହୁଛନ୍ତି । ଶିବ ବିବାହିତ ହୋଇ ନ ଥିବାରୁ କେବେ କାହା ପିଣ୍ଡାରେ ତ କେଉଁ ଦୋକାନ ପିଣ୍ଡିରେ ରାତ୍ରି ଯାପନ

କରୁଛନ୍ତି । ସରକାରଙ୍କ ମାଳ ମାଳ ମାଗଣା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି ଅଥଚ ଏଭଳି ବାସହୀନଙ୍କ ପାଇଁ ସତରେ କିଛି ଯୋଜନା ଅଛି ନା ନାହିଁ ବୋଲି ସାହିବାସୀ ପ୍ରଶ୍ନ କରିଛନ୍ତି । ବିଭିନ୍ନ ସମୟରେ ସରକାରଙ୍କ ଇନ୍ଦିରା ଆବାସଠାରୁ ଆରମ୍ଭ କରି ମୋ କୁଡିଆ , ବିଜୁ ପକ୍କା ଘର, ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଏପରିକି ଅନ୍ତୋଦୟ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ କୌଣସି ଯୋଜନାରେ ସେମାନଙ୍କୁ କାହିଁକି ଘର ମିଳିନି ବୋଲି ପଚାରିଛନ୍ତି । ସେହି ଗ୍ରାମର ନବେ ବର୍ଷୀୟ କୌଶଲ୍ୟା ପ୍ରଧାନୀ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହୋଇ ଅଗଣାରେ ଜୀବନ ବିତାଉଛନ୍ତି । ଏ ସମସ୍ୟା ନେଇ ବିଡିଓ ମନୋଜ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ଅବଗତ ନ ଥିଲେ । ଅନ୍ତର୍ଦେୟ ଯୋଜନାରେ ସାମିଲ କରାଇ ଘର ଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button