District

ମାଝୀପୁଟ –ଚରମ୍ପି ରାସ୍ତା ମରଣଯନ୍ତା

ମାଝୀପୁଟ –ଚରମ୍ପି ରାସ୍ତା ମରଣଯନ୍ତା

ନନ୍ଦପୁର, ୨୪/୨

କୋରାପୁଟ ଜିଲ୍ଲା ସୁନାବେଡା ଆରଡି ବିଭାଗ, ସେମିଳିଗୁଡା ଓ ନନ୍ଦପୁର ବ୍ଲକ ପ୍ରଶାସନର ଛକାପଞ୍ଜାରେ ସୁବାଇ ପଞ୍ଚାୟତର ମାଝିପୁଟ, ଖୁର୍ଜୀ ପଞ୍ଚାୟତର ପଡ଼ାପଦର, ଚରମ୍ପି ଓ ଖଟଲାପୁଟ ଗ୍ରାମକୁ ସଞ୍ଜୋଗୀ ୪କିମି ରାସ୍ତା ମରଣଯନ୍ତା ପାଲଟିଛି। ପ୍ରଶାସନିକ ଅଣଦେଖା ଯୋଗୁଁ ରାସ୍ତାର ଏଭଳି ଅବସ୍ଥା ବୋଲି ଅଭିଯୋଗ ହୋଇଛି। ସୁନାବେଡ଼ା ଆରଡି ବିଭାଗ ପକ୍ଷରୁ ୨୦୦୪-୨୦୦୫ରେ ୨ କି.ମି. ଲେଖାଏ ୨ ରିଚ(ଭାଗ) ମାଝିପୁଟ- )ଟ– ପଡ଼ାପଦର ଓ ପଡ଼ାପଦର ଖଟଲାପୁଟ

ରାସ୍ତା କାମ ଶେଷ ପୂର୍ବରୁ ଭଠିଲାଣି ପିଚୁ

ଭାବେ ବିଭକ୍ତ କରାଯାଇଛି। ଏହି ରାସ୍ତା ୨ ଠିକାଦାର ବୁଲୁ ଓ ଜିତୁ ସ୍ବାଇଁଙ୍କ ଦ୍ୱାରା ନିର୍ମାଣ ଆରମ୍ଭ କରାଯାଇଥିଲା। ୨ ଠିକାଦାର ମେଟାଲ–ମୋରମ ରାସ୍ତାରେ ବିଛାଇ ୨ ପ୍ୟାଚରେ ମାତ୍ର ୫ଶହ ମିଟର ଲେଖାଏ ପିଚୁ ପକାଇଥିଲେ। କିନ୍ତୁ କୌଣସି କାରଣରୁ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରି ବନ୍ଦ କରିଦେଇଥିଲେ। ଏହି ରାସ୍ତା

କାମ ସାରିବାକୁ ବିଭାଗୀୟ ଅଧିକାରୀ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ିଛି। ପଡିଥିବା ପିଚୁ ସମ୍ପୂର୍ଣ୍ଣ ଉଠିଯାଇଛି। ମେଟାଲ–ମୋରମ ରାସ୍ତାର ଗୋଡ଼ିମାଟି ଉଠି ରାସ୍ତା ଖାଲଖମା ହୋଇଥିବାରୁ ରାସ୍ତାରେ ଗାଡ଼ିମୋଟର, ସାଇକେଲ ଚାଳନା ଓ ଚାଲିବା କଷ୍ଟ ହେଉଥୁବା ଖୁର୍ଜୀ ସରପଞ୍ଚ ପଦଲାମ ହନ୍ତାଳ ଓ ୪ ଗ୍ରାମବାସୀ କହିଛନ୍ତି। ମାଝୀପୁଟ ଗ୍ରାମବାସୀ ଓ ପଡ଼ାପଦର, ଚରମ୍ପି ଓ ଖଟଲାପୁ ଖଟଲାପୁଟ ଗ୍ରାମବାସୀ ଜନଶୁଣାଣିରେ ବାରମ୍ବାର କରିଥିଲେ ଅଭିଯୋଗ ଗ ସୁଦ୍ଧା କେହି କର୍ଣ୍ଣପାତ ପାତ କରୁ ନ ଥିବା ଅଭିଯୋଗ କରିଛନ୍ତି। ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା ଉକ୍ତ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳ ଓ ଆରଡି କର୍ତ୍ତୃପକ୍ଷ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଆରଡି ବିଭାଗ ପକ୍ଷ ରୁ ଏହି ରାସ୍ତାର ପୁରୁଣା ନଥି କାଢ଼ି ଅସମୂର୍ଣ୍ଣ ରଖିବାର କାରଣ ଖୋଜି ନୂତନ ଭାବେ ନିର୍ମାଣ କରିବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ରାସ୍ତା ନିର୍ମାଣ କାର୍ଯ୍ୟକୁ ଗୁରୁତ୍ବ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ମାଝୀପୁଟ –ଖଟଲାପୁଟ ରାସ୍ତା ରୁ ଲୋକେ ଗୋଡ଼ି ହଟାଉଛନ୍ତି।

ଗୋବିନ୍ଦ tripathy

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button