District

ନବରଙ୍ଗପୁର ର ଔଷଧ ଦୋକାନୀ ଗିରଫ

ନବରଙ୍ଗପୁରର ଔଷଧ ଦୋକାନୀ ଗିରଫ

ବେଆଇନ ଡ୍ରଗ୍ଧ କାରବାର, ୨ ଅଭିଯୁକ୍ତଙ୍କୁ ଗିରଫ କଲା ଛତିଶଗଡ଼ ପୋଲିସ

୧୪ ଲକ୍ଷ ଟଙ୍କାର ବେଆଇନ ମେଡିସିନ ଜବତ

ନବରଙ୍ଗପୁର,୧୫/୨

ଆନ୍ତଃ ରାଜ୍ୟ ଡ୍ରପ୍ସ ରାକେଟରେ ସମ୍ପୃକ୍ତି ଅଭିଯୋଗରେ ଛତିଶଗଡ଼ ବସ୍ତର ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଛତିଶଗଡ଼ ବୋଧଘାଟ ଥାନା ଅଞ୍ଚଳର ନରେନ୍ଦ୍ର ସିଂହ ଠାକୁର (୩୬) ଓ ନବରଙ୍ଗପୁରର ଶ୍ରୀ ଲକ୍ଷ୍ମଣ ମେଡିକାଲ ଓ ଜେନେରାଲ ଷ୍ଟୋର ମାଲିକ ପ୍ରୁନ୍ନା ରାମକୃଷ୍ଣ ରାଓ (୬୧)। ଉୟଭଙ୍କଠାରୁ ବିପୁଳ ପରିମାଣର ବେଆଇନ ନିଷିଦ୍ଧ ନିଶା ବଟିକା ଜବତ ହୋଇଥିବାରୁ ଏନ୍‌ଡିପିଏସ୍ ଧାରା ସି ଅନୁଯାୟୀ ଗିରଫକରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଅଭିଯୁକ୍ତମାନଙ୍କ ପାଖରୁ ମୋଟ ୨୩୫୮.୪ ଓଜନର ଏହି ଡ୍ରଗ୍ଧ ଜବତ କରାଯାଇଛି। ଜବତ ବଟିକାର ମୂଲ୍ୟ ୧୪ ଲକ୍ଷ ୮ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ବସ୍ତର ପୋଲିସ ନିଶାଦ୍ରବ୍ୟ

ବସ୍ତର ପୋଲିସ ଅଭିଯୁକ୍ତ ଓ ଜବତ ନିଷିଦ୍ଧ ମେଡିସିନ ସମ୍ପର୍କରେ ସୂଚନା ଦେଉଛି।

ଅପବ୍ୟବହାର ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛି I ଏସ୍‌ପି ଶଲଭକୁମାର ସିହ୍ନାଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ ପରେ ଚଢ଼ାଉ କରାଯାଇଥିଲା। ବୋଧଘାଟ ଥାନା ଅଞ୍ଚଳରୁ ନରେନ୍ଦ୍ର ସିଂହ ଠାକୁରଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଠାରୁ ୪୫୦.୨ ଗ୍ରାମ ଓଜନର ମୋଟ ୮୪ଟି ଟାବଲେଟ୍‌ (୬୭୨ ଖଣ୍ଡ) ନିଷିଦ୍ଧ ଟ୍ରାମାଡୋଲ୍ ନାର୍କୋଟିକ୍ କ୍ୟାପ୍‌ସୁଲ ମିଳିଥିଲା। ଏହାର ମୂଲ୍ୟ ପ୍ରାୟ ୨,୬୮,୮୦୦ ହେବ ବୋଲି ପୋଲିସ ସୂଚନା ଦେଇଛି। ସେ ନବରଙ୍ଗପୁରର ଶ୍ରୀ ଲକ୍ଷ୍ମଣ ମେଡିକାଲ ଓ ଜେନେରାଲ ଷ୍ଟୋରରୁ ବେଆଇନ ଭାବରେ ଏହି ନିଷିଦ୍ଧ ନାର୍କୋଟିକ୍ ଔଷଧ କିଣି ସହରର ଯୁବକମାନଙ୍କୁ ବିକ୍ରି କରୁଥିଲେ ବୋଲି

ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଛତିଶଗଡ଼ ପୋଲିସ ନବରଙ୍ଗପୁରରେ ପହଞ୍ଚୁ ଅଭିଯୁକ୍ତଙ୍କ ଦ୍ବାରା ଉଲ୍ଲେଖ କରାଯାଇଥିବା ଲକ୍ଷ୍ମୀ ମେଡିକାଲ ଷ୍ଟୋର ମାଲିକ ଖୁନ୍ନା ରାମକୃଷ୍ଣ ରାଓଙ୍କୁ ପଚରାଉଚରା କରିଥିଲା। ସେଠାରେ ଯାଞ୍ଚବେଳେ ଦୋକାନର ପଛପଟ ବଖରାରୁ ୧୨ଟି ବାକ୍ସରେ ଥିବା ବେଆଇନ ନାର୍କୋଟିକ୍ ଡ୍ରଗ୍ ଟ୍ରାମୋଡୋଲ୍ ମିଳିଥିଲା। ଏହାର ମୂଲ୍ୟ ୧୧,୩୯,୨୦୦ ଟଙ୍କା ହେବ। ଏନେଇ ୧୩ ତାରିଖରେ ଅଭିଯୁକ୍ତ ସୁନ୍ନା ରାମକୃଷ୍ଣ ରାଓକୁ ଗିରଫ କରାଯାଇଥିଲା। ଶୁକ୍ରବାର ଉଭୟ ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button