District

ସରକାରୀ ଯୋଜନାରୁ ବଞ୍ଚିତ ପାଙ୍ଗୁଲି ଗ୍ରାମବାସୀ

ମୋହନା,୮/୨:

ଆଦିବାସୀମାନଙ୍କର ମୌଳିକ ଲିରିଭୂମିର ବିକାଶ ତଥା ଉନ୍ନତି ପାଇଁ ରଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିକାଶ ଶୂନ ରାଜ୍ୟ ସରକାର ବିଭିନ୍ନ ଗ୍ରାମକୁ ପକ୍କା ସଡ଼କ ସଂଯୋଗୀକରଣ ସହ ସମସ୍ତ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହ‌ଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖୁଥୁବା ବେଳେ ପ୍ରଶାସନିକ ଅଧୂକାରୀମାନଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁ ତାହା ଠିକ ଭାବେ – ଲୋକଙ୍କ ନିକଟରେ ପହଞ୍ଚି ପାରୁନି । ନିରୀହ – ଆଦିବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ ମୋହନାରେ ବସବାସ ଜରୁଥିବା ୮୦ ପ୍ରତିଶତ ଲୋକ ଆଦିବାସୀ ସଂପ୍ରଦାୟର। ବ୍ଲକର ଡ଼ମ୍ବଗୁଜା ପଞ୍ଚାୟତ ଅଧୁନ ପାଙ୍ଗୁଲି ଗ୍ରାମରେ କନ୍ଧ ଆଦିବାସୀ ସମ୍ପ୍ରଦାୟର ମୋଟ ୨୦ ପରିବାର ବସବାସ କରୁଛନ୍ତି । ଜୀବିକା ନିର୍ବାହ ପାଇଁ ସମସ୍ତେ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଗ୍ରାମକୁ ଯିବାକୁ

ହେଲେ ତମଗୁଡା ସାର୍କ ଗ୍ରାମ ଆରଡ଼ି ରାସ୍ତା ଦେଇ ୨ କି.ମି. ପାହାଡ଼ ପର୍ବତ ଘାଟି ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ହେଲେ ଏହି ରାସ୍ତା ମରଣଯନ୍ତା ସାଜିଛ ଭଲ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନିକ ଅଧୁକାରୀ ଓ ଜନ ପ୍ରତିନିଧୁମାନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ତାଙ୍କ ଦୁଃଖକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ରାସ୍ତାର ଦୁରାବସ୍ଥା ଯୋଗୁ

ଲୋକେ ଗମନା ଗମନ ନିମନ୍ତେ ନାହିଁ ନ ଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଗୁରୁତର ରୋଗୀ, ଗର୍ଭବତୀ ମା’ ଓ ଜରୁରୀ କାଳୀନ ଚିକିତ୍ସା ନିମନ୍ତେ ରୋଗୀଙ୍କୁ ସୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା କଷ୍ଟକର ହୋଇପଡ଼ୁଛି। ଗ୍ରାମରେ ପାନୀୟ ଜଳର ଘୋର ଅଭାବ ରହିଛି।ତେଣୁ ଲୋକେ ବାଧ୍ଯ ହୋଇ ପାହାଡି ଝରଣାର ଦୂଷିତ ଜଳ ଓ ଟୁଆ ପାଣିକୁ ବିଭିନ୍ନ କାମରେ ବ୍ୟବହାର କରୁଛନ୍ତି। ଯାହା ଫଳରେ

ପେଟ ଜନିତ ନାନା ରୋଗରେ ପୀଡ଼ିତ ହେଉଥିବା ଗ୍ରାମବାସୀ କହିଛନ୍ତି। ଏଭଳି ଜି ରାସ୍ତା ନ ଥିବା ଯୋଗୁ ଗ୍ରାମକୁ ନଳକୂପ ଗାଡି ଯାଇପାରୁନାହିଁ । ଗାଡିରେ କଞ୍ଚାମାଲ ଯାଇ ପାରୁନଥିବା ଯୋଗୁ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମଧ୍ଯ ନିର୍ମାଣ ହୋଇପାରିନାହିଁ । ଖାଟିମାଟି ଘରେ ଲୋକେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ତେଣୁ ଗ୍ରାମରେ ରହିଥିବା ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଦୃଷ୍ଟିଦେଇ ଗ୍ରାମକୁ ପକ୍କା ସଡ଼ଜ ନିର୍ମାଣ କରିବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ମୋହନା ବିଡିଓ ରାଜୀବ ଦାସଙ୍କୁ ପଚାରିବାରୁ, ଯଥାଶୀଘ୍ର ଗ୍ରାମକୁ ବ୍ଳକ ତରଫରୁ ଏକ ପକ୍କା ସଡ଼କ ସଂଯୋଗୀକରଣ କରାଯିବା ସହ ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button