District

ଉଚ୍ଛେଦ ସତ୍ତେ ସୁଧୁରୁ ନାହାନ୍ତି ଉଠ।ଦୋକ।ନୀ

ଉଚ୍ଛେଦ ସତ୍ତ୍ବେ ସୁଧୁରୁନାହାନ୍ତି

ନବରଙ୍ଗପୁର, ୮|୨:

ନବରଙ୍ଗପୁର ପୌରପାଳିକା ପକ୍ଷରୁ ଗତ ତିନି ଦିନ ତଳେ ଜବରଦଖଲ ଉଚ୍ଛେଦ କରାଯିବା ସହ ଟ୍ରେଡ୍ ଲାଇସେନସ୍ କରି ନଥିବା

ବ୍ୟବସାୟୀଙ୍କ ଠାରୁ ୧୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପୌରପାଳିକାର ଚଢ଼ଉ ଦେଖି କିଛି ଦୋକା ଦୋକାନ ବନ୍ଦ କରିଦେଇଥିଲେ। ଆଜି ପୁଣି

ଦୋକାନ ସମ୍ମୁଖ ନାଳ ଉପରେ ସାମଗ୍ରୀ ଗୁଡ଼ିକ ରଖିଥିବା ଦେଖିବାକୁ ମିଳିଛି। ଦୋକାନ ସମ୍ମୁଖରେ ଥିବା ନାଳ ଓ ରାସ୍ତା ଜବରଦଖଲ ଯୋଗୁଁ ଜଗନ୍ନାଥ ମନ୍ଦିର ଛକରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଟ୍ରାଫିକ ଜାମ୍ ହେଉଛି। ଆଜି ସକାଳୁ ଆମ୍ବୁଲାନସ୍ ଏଭଳି ଟ୍ରାଫିକ୍ ଜାମ୍ ମଧ୍ୟରେ ଫଶି ରହିଥିଲା। ସୂଚନା ଥାଉକି, ଗତ ୩ ତାରିଖରେ ପୌର ପାଳିକା ପକ୍ଷରୁ ୨୪ଘଣ୍ଟା ମଧ୍ୟରେ ନାଳ ଉପରେ ଜବରଦଖଲ ସ୍ଥାନ ଛାଡ଼ିବା ସ‌ହ ଟିଣ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କେହି ମାନି ନଥିଲେ। ଏନେଇ କାର୍ଯ୍ୟନିର୍ବାହୀ ପୌରପାଳିକା ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ପଚାରିବାରୁ ପୁଣି ଚଢ଼ଉ ହେବ, ଦୋକାନ ବନ୍ଦ କରିଥିବା ବ୍ୟବସାୟୀଙ୍କ ଦୋକାନର ଫଟୋ ଉଠାଯାଇଛି। ସେମାନଙ୍କ ଟ୍ରେଡ୍‌ ଲାଇସେନ୍ସ ରଦ୍ଦ ସହ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button