District

ବିଧବ। ଭତ୍ତା ରୁ ବଞ୍ଚିତ : ର ଇବ।ରି ଓ ବୌଶ।ଖୀ

ବିଧବା ଭତ୍ତାରୁ ବଞ୍ଚିତ : ରଇବାରି ଓ ବୈଶାଖୀ

ଝରିଗାଁ: ୩୧/୧ ନବରଙ୍ଗପୁର ଜିଲ୍ଲା

ଝରିଗାଁ ବ୍ଲକ ଏକାମ୍ବା ପଞ୍ଚାୟତ ଗୋରାମ୍ବା ଗ୍ରାମର ଦୁଇ ବିଧବା ମହିଳା ରଇବାରି ଭତରା (୪୪) ଓ ବୈଶାଖୀ ଭତରା(୩୫) ଆଜି ଯାଏଁ ବିଧବା ଭତ୍ତା ରୁ ବଞ୍ଚିତ ରହିଛନ୍ତି । ସୂଚନା ଯୋଗ୍ୟ ରଇବାରୀଙ୍କ ସ୍ବାମୀ ମୃତ୍ୟୁକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା ବିଧବା ଭତ୍ତା ଖଣ୍ଡେ ପାଇ ପାରିନାହାନ୍ତି ।ପରିବାରରେ ୨ପୁଅ ଓ ୨ଝିଅ ରହିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ରଇବାରୀ ହିଁ ପୁଅ ଝିଅକୁ ସମ୍ଭାଲୁଛନ୍ତି । ରହିବା ପାଇଁ ତାଙ୍କ ପାଖରେ ଭଲ ଘର ଖଣ୍ଡେ ନାହିଁ ।ସେହିପରି ବୈଶାଖୀଙ୍କ ସ୍ବାମୀଙ୍କୁମଧ୍ଯ ବର୍ଷେ ରୁ କମ ସମୟ ହୋଇଥିଲେ ମଧ୍ୟ ବିଧବା ଭତ୍ତା ମିଳିପାରିନାହିଁ । ସ୍ବାମୀଙ୍କୁ ହରାଇ ବୈଶାଖୀ କୁନି କୁନି ଦୁଇ ପୁଅଝିଅ ଙ୍କ ସହିତ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ଉଭୟେ ବିଧବା ହୋଇ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ କୁଲି ମଜୁରୀ କରି ପେଟ ପାଇଁ ଦାନା ଯୋଗାଡ଼ କରୁଛନ୍ତି । ଭତ୍ତା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନେକ ଥର କାଗଜ ପତ୍ର ଦେଇ ଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ ।ତେଣୁ ପ୍ରଶାସନ ଯଥାଶୀଘ୍ର ଏହି ଅସହାୟ ବିଧବାଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଦାବି ହୋଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button