ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଏମଜିଏନଆରଇଜିଏସ୍ ବଞ୍ଚ।ଓ ପଦ ଯାତ୍ରା
ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ‘ଏମ୍ଜିଏନଆରଇଜିଏସ୍ ବଞ୍ଚାଓ’ ପଦଯାତ୍ରା
(ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ଦିଲ୍ଲୀପ ଖରା ସେମିଳିଗୁଡା) ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସହ ପଟାଙ୍ଗି ବିଧାୟକ ତଥା ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଆଜି ପଦଯାତ୍ରା ରେ ବହୁ ଲୋକ ଯୋଦେଇଥିଲେ ‘ଏମ୍ଜିଏନଆରଇଜିଏସ୍ ବଞ୍ଚାଓ ସଂଗ୍ରାମ’ ନାମରେ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା।ପଟାଙ୍ଗି, ସେମିଳିଗୁଡା ଓ ନନ୍ଦପୁର ଏହି ତିନିଟି ବ୍ଲକରେ କଂଗ୍ରେସ କର୍ମୀ ଓ ନେତୃତ୍ୱ ପଦଯାତ୍ରା କରି ଏମ୍ଜିଏନଆରଇଜିଏସ୍ ଯୋଜନାର ନାମ ପରିବର୍ତ୍ତନ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରିଥିଲେ।ବିଜେପି ସରକାରଙ୍କ ‘ଜନବିରୋଧୀ’ ନୀତି ବିରୁଦ୍ଧରେ ସ୍ୱର ଉଠାଇ କଂଗ୍ରେସ ନେତାମାନେ ନିଜ-ନିଜ ପଞ୍ଚାୟତରେ ଲୋକମାନଙ୍କୁ ସଚେତନ କରିଥିଲେ। ପଦଯାତ୍ରା ସମୟରେ ସରକାର ଦ୍ୱାରା ଗରିବ ଓ ଶ୍ରମିକ ବର୍ଗଙ୍କ ଅଧିକାର କ୍ଷୟ ହେଉଥିବା ଅଭିଯୋଗ ଶାନ୍ତି ସୁଙ୍କଳାର ସହ ଶେଷ କରାଯାଇଥିଲା ଜଦି ସରକାର ନଶୁଣନ୍ତି ତାହେଲେ ଆଗକୁ କଂଗ୍ରେସ ଲୋକଙ୍କ ସହିତ ଅଛି ରହି ଆଗରୁ ବଡ଼ଭଙ୍କର ରୁପ ନେବ ବୋଲି ଚେତାବନୀ ଦେଇଛନ୍ତି।ଉପସ୍ଥିତ ରହିଥିଲେ ସମସ୍ତ ପଞ୍ଚାୟତର ବିଧାୟକ ପ୍ରଥିନୀଧି ସହ ତିନି ଗୋଟିଏ ବ୍ଲକ ସଭାପତି ଓ ବିଧାୟକ ପ୍ରଥିନୀଧି।






