ଜଳଭଣ୍ଡାର ଜଳସ୍ତର ହ୍ରାସ ନିର୍ମାଣ ବ।ଧକ
ଜଳଭଣ୍ଡାର ଜଳସ୍ତର ହ୍ରାସ ନିର୍ମାଣରେ ବାଧକ

ଜିଲ୍ଲାପାଳ ଅନ୍ୟ ଅଧିକାରୀ ଓ ଠିକା ସଂସ୍ଥା ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।
ତେନ୍ତୁଳିଖୁଣ୍ଟି, ୨୯/୧
ନବରଙ୍ଗପୁର ଜିଲ୍ଲା ତେଗୁଳିମୁଣ୍ଡି, ନନ୍ଦାହାଣ୍ଡି ନବରଙ୍ଗପୁର ବ୍ଳକର ସତୁରୀ ହଜାର ହେକ୍ଟର ଜଳ ସେଚନ ପାଇଁ ୨୦୨୩ରେ ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ୩୦ ପ୍ରତିଶତ ହିଁ ହୋଇ ପାରିଛି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦୁଇଟି ଠିକା କମ୍ପାନୀ ନେଉଛନ୍ତି! ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର
ନିର୍ମାଣାଧୀନ ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ସମୀ
କାର୍ଯ୍ୟରେ ବାଧକ ସାଜିଥିବା ନେଇ ଦୁଇଟି ଏଜେନ୍ସି ଜିଳ୍ଲାପାଳ ଡ. ମହେଶ୍ୱର ସ୍ବାଇଁଙ୍କୁ ଭେଟି ଜଣାଇଥିଲେ। ଏହାପରେ ବୁଧବାର ଜିଲ୍ଲାପାଳ ସ୍ବାଇଁ ଓ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ ଉଭୟ ପ୍ରକଳ୍ପ କାର୍ଯ୍ୟ ସ୍ଥଳ କଳାହାଣ୍ଡି ଜିଲ୍ଲାର ମୂର୍ଗା ଓ ତେନ୍ତୁଳିଖୁଣ୍ଟି ଜନର ଦେପଗୁଡ଼ାକୁ ଯାଇ ସ୍ଥିତି ପରଖ୍
ଥିଲେ। ଇନ୍ଦ୍ରାବତୀ ଅତିଥ୍ ଭବନରେ କାର୍ଯ୍ୟ ନିରହୀ ଉଭୟ ସଂଘର ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ। ମେଗା ଉଠା ଜଳ ସେଚନ ପାଇଁ ନିର୍ମାଣ କାର୍ଯ୍ୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ଯେଉଁ ବାଧକ ହୋଇଛି ତାହାକୁ କିଭଳି ଦୂର କରାଯିବ ସେ ନେଇ ଜଳ ସମ୍ପଦ ବିଭାଗ ସହ ଯୋଗାଯୋଗ କରି ସମାଧାନ ପ୍ରୟାସ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ।



