ଉମ୍ବେଲ ଗ୍ରାମ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସରେ ପଞ୍ଚାୟତ ଅଧିକାରୀଙ୍କ ଅନୁପସ୍ଥିତି, ଜନଅସନ୍ତୋଷ

(ସେମିଳିଗୁଡାରୁ ରିପୋର୍ଟ ଦିଲ୍ଲୀପ ଖରା ଓଡିଶା ଷ୍ଟେଟ୍ ନ୍ୟୁଜ୍ )କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଉମ୍ବେଲ ଗ୍ରାମ ପଞ୍ଚାୟତରେ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚାୟତ ଅଧିକାରୀଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ, ସରପଞ୍ଚ ନାୟୀକ୍ ଲକ୍ଷ୍ମୀ କଲାବିଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ସେ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ କୌଣସି ନ କୌଣସି ସରକାରୀ ଅଧିକାରୀଙ୍କ ଉପସ୍ଥିତି ଆବଶ୍ୟକ ଥିବା ସତ୍ତ୍ୱେ ଏଠାରେ କୌଣସି ସରକାରୀ ବାବୁଙ୍କୁ ଦେଖିବାକୁ ମିଳିନଥିଲା।ଏହାକୁ ନେଇ ସମସ୍ତ ୱାର୍ଡର ୱାର୍ଡ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିବାବେଳେ, ଗ୍ରାମ ପଞ୍ଚାୟତବାସୀ ମଧ୍ୟ ଏହାର ତୀବ୍ର ନିନ୍ଦା କରିଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ, ଏପରି ଦାୟିତ୍ୱହୀନତା ଗ୍ରହଣଯୋଗ୍ୟ ନୁହେଁ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।ଏବେ ପ୍ରଶ୍ନ ଉଠୁଛି—ଏହି ଘଟଣା ପ୍ରତି ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେବ ଏବଂ କଣ ପଦକ୍ଷେପ ନିଆଯିବ, ତାହା ଦେଖିବାକୁ ରହିଲା।



