District

ମାନ୍ୟବର ଶ୍ରୀଯୁକ୍ତ କେ.ଭି. ସିଂ ଦେଓ ଉପମୁଖ୍ୟ ମନ୍ତ୍ରୀ ଙ୍କ ଦ୍ୱାରା ଲମତାପୁଟ ସ୍ଥିତ ଲୁଗୁମ ଠାରେ 132/133 କେ ଭି ଗ୍ରୀଡ଼ ସବ ଷ୍ଟେସନ ଉଦଘାଟିତ କାର୍ଯ୍ୟକ୍ରମ —————————————-ଲମତାପୁଟ 25/1/2026

ଲମତାପୁଟ ବ୍ଲକ ଅନ୍ତର୍ଗତ ବାଲେଲ ପଂଚାୟତ ର ଲୁଗୁମ ଗ୍ରାମ ନିକଟ ରେ 122/133 ଗ୍ରୀଡ଼କୋ ସବ ଷ୍ଟେସନ ର ଉଦଘାଟନ କାର୍ଯ୍ୟକ୍ରମ ହୋଈ ଯାଇଛି!ଏହି କାର୍ଯ୍ୟକ୍ରମ ରେ ଓଡିଶା ଉପମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେବ!କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ କୋରାପୁଟ ଜ଼ିଲ୍ଲାପାଳ ଶ୍ରୀ ମୋନଜ ସତ୍ୟବାନ ମହାଜନ! ଓ ପି ଟି ସି ଏଲ ଚିଫ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା! କୋରାପୁଟ ସାଂସଦ ପ୍ରତିନିଧି ଶ୍ରୀ ରାମ ଚନ୍ଦ୍ର ପାଙ୍ଗି ପ୍ରମୁଖ ଯୋଗ ଦାନ ଦେଇ ଜଗନ୍ନାଥ ଠାକୁର ଙ୍କ ଫୋଟ ଚିତ୍ର ନିକଟରେ ଦୀପ ଜ୍ୟୋତି ପ୍ରଜ୍ୟୋଳନ ପରେ ଶୁଭ ଉଦଘାଟନ କରିଥିଲେ! ଲମତାପୁଟ ଅଂଚଳ ବାସି ଙ୍କ ଦୀର୍ଘ ଦିନ ର ବିଦ୍ୟୁତ ସମସ୍ୟା ର ସମାଧାନ ହେବା ସହ 25000 ଉପଭୋକ୍ତା ସୁବିଧା ପାଇବେ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ!ନିକଟ ବର୍ତ୍ତୀ ଅଂଚଳ ମାନଙ୍କ ରୁ ବହୁ ପରିମାଣ ରେ ମହିଳା ଓ ପୁରୁଷ ମାନେ ଯୋଗଦାନ ଦେଇ ଥିଲେ! ଲମତାପୁଟ ଅଂଚଳ ରେ ଚାଷୀ ମାନଙ୍କ ପିପଲା ଚାଷ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ଆର୍ଥିକ ସ୍ଥିତି ରେ ସୁଧାର ଆଣିବା ନିମନ୍ତେ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ ର ବ୍ୟବସ୍ଥା କରିବା ପାଇଁ ଉପ -ମୁଖ୍ୟ ମନ୍ତ୍ରୀ ଭାଷଣ ମାଧ୍ୟ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ! ମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ ରେ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା!

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button