District

ମ।ଟି ଖୋଳୁଥିବ। ବେଳେ ପଥର ପଡି ୨ ଶ୍ରମିକ ମୃତ୍ଯୁ

ମାଟି ଖୋଳୁଥିବା ବେଳେ ପଥର ପଡି ୨ ଶ୍ରମିକ ମୃତ


ମାଲକାନଗିରି, ୧୬/୧
ବେଆଇନ ଭାବେ ପଥର ଖାଦାନରୁ ମୋରମ ମାଟି ଖୋଳିବା ସମୟରେ ଉପରେ ଥିବା ପଥର ଅଚାନକ ଗର୍ତ୍ତ ମଧ୍ୟକୁ ଖସି ପଡିବା ଯୋଗୁଁ ୨ ଶ୍ରମିକଙ୍କ ଆଜି ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଥିଲେ ଜଣା ପଡ଼ିଛି। ମାଲକାନଗିରି ସହର ମହକୁମା ସ୍ଥିତ ତାରିଣୀ ମନ୍ଦିର ନିକଟରେ ଏହି ଲୋମହର୍ଷଣକାରୀ ଘଟଣା ଆଜି ସକାଳ ୭ଟା ସମୟରେ ଦେଖିବାକୁ ମିଳିଛି। ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୭ ଘଟିକା ସମୟରେ ମାଲକାନଗିରି ସହର ମହକୁମା ସ୍ଥିତ ତାରିଣୀ ମନ୍ଦିର ପଛ ପଟେ ଥିବା ଏକ ପଥର କୁଆଁରୀ ପାହାଡ଼ରୁ ବେଆଇନ ଭାବେ ମୋରମ ମାଟି ଖୋଳିବା ସମୟରେ ଅଚାନକ ମାଟି ଅତଡା ଖସିବା ଫଳରେ ଉପରେ ଥିବା ଏକ ପଥର ଗର୍ତ୍ତ ମଧ୍ୟରେ ପଡିଥିଲା । ଗର୍ତ୍ତ ମଧ୍ୟରେ ରହି କେତେ ଜଣ ଶ୍ରମିକ ମୋରମ ମାଟି ଖୋଳିବା ବଳେ ପଥର ପଡି ୩ ଜଣ ଆହତ ହୋଇଥିଲେ। ଘଟଣା ସ୍ଥଳରେ ମାଲକାନଗିରି ସତ୍ୟମଗୁଡା ଗ୍ରାମର ଟୁନା ଗାଦବା (୨୧ ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଶ୍ରମିକ ଚମ୍ପାଖାରି ଗ୍ରାମର ମିଟୁ ମାଢି (୩୧ ବର୍ଷ) ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମିଟୁ ମାଢିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟ ଶ୍ରମିକମାନେ ଚମ୍ପଟ ମାରିଥିଲେ। ଖବର ପାଇ ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ ଓ ସତ୍ୟମଗୁଡା ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ଉକ୍ତ ଶ୍ରମିକଙ୍କୁ ପଥର କାଢି ଉଦ୍ଧାର କରିବା ସହ ଦୁର୍ଘଟଣା ବାବଦରେ ମାଲକାନଗିରି ଥାନାକୁ ଖବର ଦେଇଥିଲେ । ମୃତ ଦୁଇ ଶ୍ରମିକ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ସେମାନେ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ଖଟି ଖାଇ ନିଜ ପରିବାର ଭରଣପୋଷଣ କରୁଥିଲେ । ମୃତ୍ୟୁ ଯୋଗୁଁ ପରିବାର ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦେବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button