District

ଗଜପତି ମହେନ୍ଦ୍ର ଗିରି ଶିଖର କୁନ୍ତି ମଦିର ରୁ ଗଜପତି ଉତ୍ସବ ୨୦୨୫ ଶୁଭାରମ୍ଭ

ଗଜପତି:ମହେନ୍ଦ୍ରଗିରି ଶିଖର କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୫ ଶୁଭାରମ୍ଭ

ପାରଳାଖେମୁଣ୍ଡି,୭/୧(ଗରୁଡ଼ ଧ୍ଵଜ ଚୌଧୁରୀ)ମହେନ୍ଦ୍ରଗିରି ଶିଖର ସ୍ଥିତ କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୫ ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଆଜି ବଡି ଭୋରରୁ ଗଜପତି ମହୋତ୍ସବ ମଶାଲ କମିଟି ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ରାୟଗଡ ବ୍ଲକ ମହେନ୍ଦ୍ରଗିରିକୁ ଯାତ୍ରା କରିଥିଲେ । ମହେନ୍ଦ୍ରଗିରି ଶିଖରରେ ପହଞ୍ଚିବା ପରେ କୁନ୍ତି ମନ୍ଦିର ତଥା ଗୋକର୍ଣ୍ଣେଶ୍ବର ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ମଶାଲ ପ୍ରଜ୍ବଳନ କରାଯାଇଥିଲା । ସେଠାରୁ ମଶାଲ ଶୋଭାଯାତ୍ରା ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଳିଗଡ, ଆର୍.ଉଦୟଗିରି, ଖଜୁରୀପଦା, ରାୟଗଡ଼ ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଅପରାହ୍ନ ୪:୩୦ ଘଟିକା ସମୟରେ ମଶାଲ ପହଞ୍ଚିଥିଲା । ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ଵୀରାଜ ମଣ୍ଡଳ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ। ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିରର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ଉତ୍ସବର ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି । ଜଗନ୍ନାଥ ମନ୍ଦିରରେ ମଶାଲ ପହଞ୍ଚିବା ପରେ ସେଠାରୁ ଗୁମ୍ମା ଓ କାଶୀନଗର ବ୍ଲକ ମଶାଲା ଶୋଭାଯାତ୍ରାକୁ ଭବ୍ୟ ସ୍ବାଗତ କରିବା ସହ ନିଜ ନିଜ ବ୍ଲକ ସ୍ତରୀୟ ଉତ୍ସବ ସକାଶେ ମୂଖ୍ୟ ମଶାଲ ଦ୍ବାରା ବ୍ଲକ ସ୍ତରୀୟ ଉତ୍ସବ ମଶାଲକୁ ପ୍ରଜ୍ବଳିତ କରି ନେଇଥିଲେ। ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ଅଧ୍ୟକ୍ଷ ବାସୁଦେବ ଦାସ ସମେତ ବସନ୍ତ କୁମାର ପଣ୍ଡା, ପି.ଅନିଲ କୁମାର, କେଦାରନାଥ ପାତ୍ର, ବସନ୍ତ କୁମାର, ହେମନ୍ତ ପ୍ରଧାନ ଓ ଏସ.ଋଷି ଗଜପତି ଉତ୍ସବ ମଶାଲ ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ମଶାଲ ଟିକୁ ଆଣିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ବାଗତ କରିଥିଲେ । ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣି ବ୍ଲକ ପାରଳାଖେମୁଣ୍ଡି ପହଞ୍ଚିବା ପୂର୍ବରୁ ସେମାନଙ୍କ ସୀମାରେ ଜିଲ୍ଲା ସ୍ତରୀୟ ଉତ୍ସବ ମଶାଲକୁ ସ୍ବଗତ କରିବା ସହ ନିଜ ନିଜ ବ୍ଲକ ଉତ୍ସବ ପାଇଁ ବ୍ଲକ ସ୍ତରୀୟ ମଶାଲ ପ୍ରଜ୍ବଳନ କରି ମହା ଆଡମ୍ବରରେ ନିଜ ନିଜ ବ୍ଲକ ଅଭିମୂଖେ ଗ୍ରସ୍ତ କରିଥିଲେ । ଆଜିର ଏହି ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା, ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀ ରଘୁନାଥ ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ମଶାଲ ଶୋଭାଯାତ୍ରା ଯୋଗଦେଇଥିଲ। ଜିଲ୍ଲାର କଳା ଓ ସଂସ୍କୃତିକୁ ଉତ୍ସବ ମାଧ୍ୟମରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବା ସହିତ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ତା ୧୮.୦୧.୨୦୨୬ ରିଖ ଠାରୁ ତା ୨୨.୦୧.୨୦୨୬ ରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ । ଏହି ମସାଲ ଶୋଭାଯାତ୍ର ଗଜପତି ଉତ୍ସବ ପାଳନର ବ୍ୟାପକ ପ୍ରଚାର ପ୍ରସାର ସକାଶେ ଗଜପତି ଉତ୍ସବ ପ୍ରଚାର ପ୍ରସାର କମିଟି ସଭ୍ୟମାନଙ୍କ ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ନେତୃତ୍ବରେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଥିଲା । ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ଜନତା ସମେତ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ବିଭିନ୍ନ ବର୍ଗର ଲୋକେ ସ୍ବାଗତ ଓ ଉତ୍ସାହିତ ମଧ୍ୟ ପାରଳାଖେମୁଣ୍ଡିରେ କରିଥିଲେ ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button