District

ସେଥୁରିଆନ ଇଉନିଭର୍ସିଟି ଏନ.,ଏସ.ଏସ ଯୁବ ରେଡ୍‌କ୍ରସ ବିଭ।ଗ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ସେଞ୍ଚୁରିଆନ ୟୁନିଭେରସିଟିର ଏନ.ଏସ.ଏସ ଓ ଯୁବ ରେଡ୍‌କ୍ରସ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ପାରଳାଖେମୁଣ୍ଡି:୭/୧(ଗରୁଡ଼ ଧ୍ଵଜ ଚୌଧୁରୀ) ସେଞ୍ଚୁରିଆନ ୟୁନିଭେରର୍ସିଟି ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ (ସିୟୁଟିମ୍)ରେ ଏନଏସଏସ ଓ ଯୁବ ରେଡ୍ କ୍ରସ (ୱାଇ ଆର ସି)ର ମିଳିତ ସହୋଜଗ ରେ ଏକ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା।ଏହି ଶିବିରଟି ଡ଼.ଅନୀତା ପାତ୍ର, ରେଜିଷ୍ଟ୍ରାର, ନିର୍ଦ୍ଦେଶକ ତଥା ପ୍ରୋଫେସର ଦୁର୍ଗା ପାଢ଼ୀ, ଡାଇରେକ୍ଟର (ଆଡମିନ୍)ଡ଼. ପ୍ରଜ୍ଞା ପାଣି, ଆସୋସିଏଟ୍ ଡିନ୍, ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ; ଡ଼. ଏସ. ଏନ. ସାନ୍ଧ୍ୟା, ଉପ-ପ୍ରଧାନାଚାର୍ଯ୍ୟା, ସ୍କୁଲ୍ ଅଫ୍ ନର୍ସିଂ; ରିତେଶ କୁମାର, ଡିନ୍, ଷ୍ଟୁଡେଣ୍ଟ ଅଫେୟର୍ସ; ଡ଼. ସୁଶାନ୍ତ କୁମାର ପଟ୍ଟନାୟକ, ରେଡ୍ କ୍ରସ ଅଫିସର; ଏବଂ ଡ଼. ନିହାଲ, ଏନ ଏସ ଏସ ସମନ୍ୱୟକର୍ତ୍ତାଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା।ଏହି ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ଅବସରରେ ଡ଼. ସୁଶାନ୍ତ କୁମାର ପଟ୍ଟନାୟକ, ସିୟୁଟିଏମ୍ ର ସିନିଅର ୟାଇ. ଆର. ସି. କାଉନସେଲର, ୨୫ତମ ଥର ପାଇଁ ରକ୍ତଦାନ କରି ବିଶ୍ୱବିଦ୍ୟାଳୟରେ ଏକ ଗର୍ବଜନକ ଓ ରେକର୍ଡ ସୃଷ୍ଟି କରିଥିଲେ।ଏହି ଶିବିରକୁ ସିୟୁଟିମର କର୍ମଚାରୀ ବୃନ୍ଦ, ଛାତ୍ର-ଛାତ୍ରୀ ସ୍ୱେଚ୍ଛାସେବକ ମାନେ ଓ ଓଡ଼ିଶା ବ୍ଲଡ ବ୍ୟାଙ୍କ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶ୍ରୀ ଖଗେଶ୍ୱର ବେହେରାଙ୍କ ସହଯୋଗରେ ସଫଳତାର ସହିତ ଏହି ରକ୍ତ ଦାନ ଶିବିର ସମ୍ପନ୍ନ ହଇଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button