District

ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ପାରଳାଖେମୁଣ୍ଡି ର ବିଭିନ୍ନ ଦାବି ଜଣାଇଲେ ବିଧାୟକ ରୁପେଶ ପାଣିଗ୍ରାହି

ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ପାରଳାଖେମୁଣ୍ଡି ର ବିଭିନ୍ନ ଦାବି ଜଣାଇଲେ ବିଧାୟକ ରୁପେଶ ପାଣିଗ୍ରାହି

ପାରଳାଖେମୁଣ୍ଡି:୨/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ପୁରୀ ଠାରେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ତଥା ରାଜ୍ୟସଭା ସାଂସଦ ସି.ଏଚ. ରମେଶ ଙ୍କ ଅଧକ୍ଷତା ରେ ଆୟୋଜିତ ହୋଇଥିଲା, ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଏହି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଯୋଗଦେଇଥିଲେ, ପାରଳାଖେମୁଣ୍ଡି ର ମୁଖ୍ୟତଃ ଶାନ୍ତିନଗର,ଖିଙ୍ଗା ଗ୍ରାମ କୁ ଲେବଲକ୍ରସିଂ ଦେଇ ଯିବାଆସିବା ଅସୁବିଧା ନେଇ ଗ୍ରାମବାସି ଅଳ୍ପ କିଛିଦିନ ତଳେ ବିଧାୟକ ଙ୍କୁ ଅବଗତ କରିଥିଲେ , ସେଠୀ ଏକ ଓଭର ବ୍ରିଜ ନିର୍ମାଣ ବିଷୟ ନେଇ ବିଧାୟକ ଲିଖିତଭାବେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି କୁ ଜଣାଇଛନ୍ତି, ତାସହ ଭଦ୍ରକ ଠାରୁ ପଲାସା ଆସିଥିବା ଡି.ଏମ.ୟୁ ଟ୍ରେନ କୁ ଗୁଣୁପୁର ପର୍ଯ୍ୟନ୍ତ ଓ ଗୁଣୁପୁର ଠାରୁ ବିଶାଖାପାଟଣା ଟ୍ରେନ କୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଚଲାଇବା ପାଇଁ ଲିଖିତ ଭାବେ ଦେଇ ଅନୁରୋଧ କରିଛନ୍ତି
ଓଡ଼ିଶା ପ୍ରଦେଶ ଗଠନ ରେ ଯାହାର ଭୂମିକା ରହିଥିଲା ସେଇ ମହାନ୍ ବ୍ୟକ୍ତିତ୍ଵ ତଥା ପାରଳା ମହାରାଜା ଙ୍କ ପ୍ରତିମୂର୍ତ୍ତି ଷ୍ଟେସନ ସମ୍ମୁଖ ରେ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଙ୍ଗ କମିଟି ର ସଦସ୍ୟ ସାଂସଦ ଦମଦାର ଅଗ୍ରୱାଲ, ସାଂସଦ ତାରିକ ଅନୱାର , ସାଂସଦ ସଂଗୀତା ସିଂ ଦେଓ, ସାଂସଦ ଶତାବ୍ଦୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ l

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button