District
ନବରଙ୍ଗପୁର ଏସିପି ଙ୍କୁ ଡି ଆଇଜି ପଦୋନ୍ନତି
ନବରଙ୍ଗପୁର ଏସ୍ପିଙ୍କୁ ଡିଆଇଜି ପଦୋନ୍ନତି
ନବରଙ୍ଗପୁର,
୧/୧/୨୬: ନବରଙ୍ଗପୁର ଏସପି ମଡ଼କର ସନ୍ଦୀପ
ସମ୍ପତଙ୍କୁ ଡିଆଇଜି ପଦରେ ପଦୋନ୍ନତି କରାଯାଇଛି। ଶ୍ରୀ ସମ୍ପତ୍ ଗତ ଜୁନ ୧୦ ତାରିଖରେ ନବରଙ୍ଗପୁର ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଗତକାଲି ତାଙ୍କର ରାଜ୍ୟ ଗୃହ ବିଭାଗ ପକ୍ଷରୁ ପଦୋନ୍ନତି ହୋଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୨ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ସମ୍ପତ୍ଙ୍କ ଭଦ୍ରକରୁ ବଦଳି ହୋଇ ନବରଙ୍ଗପୁର ଏସ୍ପି ଭାବେ ଦାୟିତ୍ବରେ ରହିଥିଲେ । ତେବେ ପଦୋନ୍ନତି ପାଇବା ସତ୍ତ୍ବେ ନବରଙ୍ଗପୁର ଏସପି ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ପଦନ୍ମୋତି ମିଳିଥିବାରୁ ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁ, ଅତିରିକ୍ତ ଏସପି, ଏସଡିପିଓ, ଡିଏସପି ଓ ବିଭିନ୍ନ ଥାନା ଅଧିକାରୀ ଓ ପୁଲିସ କନେଷ୍ଟବଳ ସଂଘ ପକ୍ଷରୁ ଶୁଭେଚ୍ଛା ଜଣେଇଛନ୍ତି ।

