District

ମୈଦଳପୁର ପୋଲିସ ଦୃ।ର। ୬ ଡକ।ଯତ ଗିରଫ

ମୈଦଲପୁର ପୋଲିସ ଦ୍ବାରା ୬ ଡକାୟତ ଗିରଫ |

ନବରଙ୍ଗପୁର, ୦୮/୧୨/୨୫ଗତକାଲି ରାତ୍ରିରେ ମୈଦଲପୁର ପୋଲିସ ପକ୍ଷରୁ ନୀଳାଦ୍ରିଗୁଡା ଅଂଚଳରେ ପେଟ୍ରୋଲିଙ୍ଗ ଚାଲୁଥିବା ବେଳେ ବେଳେ,କିଛି ଅଜଣା ବ୍ୟକ୍ତି ଆମ୍ବଡାପଦର ଛକ ପାଖରେ ଡକାୟତି ପାଇଁ ଉଦ୍ୟମ କରୁଥିବା ଖବର ପାଇ ଘଟଣା ସ୍ଥଳରେ ପହଂଚି ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି ଗିରଫ ହୋଇଥିବା ୬ ଜଣ ବ୍ୟକ୍ତି ହେଲେ ଡାବୁଗାଁ ବ୍ଲକ ଚାଟିଗୁଡା ଗ୍ରାମର ରାମ ଚଲାନ (୨୯),ଗୋପାଳ ମାଝୀ (୨୬),ମାଝୀଗୁଡା ଗ୍ରାମର ଅସ୍ତୁ ମାଝୀ (୨୭),ମାଝୀଗୁଡା ଗ୍ରାମର ତ୍ରିପତି ବିନ୍ଧାଣି ଓ କୋତୀଙ୍ଗା ଥାନା ଅନ୍ତର୍ଗତ ଆମଗାଁ ଗ୍ରାମର କୃଷ୍ଣ ପନ‌କା (୨୫),ଉମରକୋଟ ଥାନା ଅନ୍ତର୍ଗତ ଭିମାଗୁଡା ଗ୍ରାମର ଉମେଶ ରାଜ ଭାରତି(୨୩) । ଗିରଫ ହୋଇଥିବା ଅଭିଯୁକ୍ତମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଅନୁର୍ଭୁକ୍ତ ରହି ତାଙ୍କ ନାରେ ଥାନାରେ ଅନେକ ମାମଲା ପଞ୍ଜିକୃତ ରହିଥ‌ିବା ଜଣାପଡିଛି |ଗିରଫ ପରେ ମୈଦଳପୁର ଥାନାରେ ଅଭିଯୁକ୍ତ ମାନଙ୍କ ନାରେ କେଶ ନଂ ୧୨୦ ଓ ସେକ୍ସନ ୨୩ ଦଫା ୩୧୦(୪),୩୧୦(୫) ପଞ୍ଜିକୃତ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button