District

ନବରଙ୍ଗପୁର ପୌରପାଳିକାରେ ଭୀମ ଭେଇ ଭିନ୍ନକ୍ଷମ ସ। ମର୍ଥ ଶିବିର ଅନୁଷ୍ଠିତ

ନବରଙ୍ଗପୁର ପୌରପାଳିକାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ।

ନବରଙ୍ଗପୁର,ତ।୧୨/୧୧ ପୌରପାଳିକା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀୟ ଅତିଥ୍‌ ଭାବରେ ନବରଙ୍ଗପୁର ପୌରପାଳିକା ଅଧ୍ଯକ୍ଷ ଶ୍ରୀ କୁନୁ ନାୟକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଶ୍ରୀ ସୁଧାଂଶୁ ପାତ୍ର ଯୋଗଦ ଗଦାନ କରିଥିଲେ । ଏହି ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷ ପାଇଁ 157 ଜଣ ଭିନ୍ନକ୍ଷମ ଭାନକ୍ଷମ ଭାଗ ନେଇଥିଲେ । ଭିନ୍ନକ୍ଷମଙ୍କ ଦିବ୍ୟାଙ୍ଗ ପ୍ରତିଶିତ ଆକଳନ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ ସ୍ବାସ୍ଥ୍ୟ ବିଶେଷ ଶଷଜ୍ଞ ଉପସ୍ଥିତ ରହିଥିଲେ । ଆଜିର ସ୍ବାସ୍ଥ୍ୟ ଶିବିରରେ ବିଶେଷଜ୍ଞ ମାନଙ୍କ ଦ୍ବାରା 92 ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ବର୍ଗରେ ଦିବ୍ୟାଙ୍ଗତା ପ୍ରମାଣପାତ୍ର ଦେବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ସ୍ବାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ନିଷ୍ପତି ନେଇଥିଲେ । ଅତିଶୀଘ୍ର ଏହି ଦିବ୍ୟାଙ୍ଗ ମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇ ସେମାନଙ୍କୁ ଦିବ୍ୟାଙ୍ଗ ପ୍ରତିଶିତ ଆନୁଯାଇ ଭତ୍ତା ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଶ୍ରୀ ସୁଧାଂଶୁ ପାତ୍ର ସୂଚନା ପ୍ରଦାନ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ନବରଙ୍ଗପୁର ପୌରପାଳିକାର ସମସ୍ତ ୱାର୍ଡ ର କାଉନସିଲର, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button