District

କେରଣ୍ଡୀ ଗ୍ରାମରେ ନିଆ ଲ।ଗି ୩ଟି ଧ।ନ ଗଦ। ପୋଡି

କେରଣ୍ଡୀ ଗ୍ରାମରେ ନିଆଁ ଲାଗି ୩ ଟି ଧାନ ଗଦା ପୋଡି

ଡାବୁଗାଁ:୧୨/୧୧ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୂନ କେରଣ୍ଡୀ ଗ୍ରାମରେ ବୁଧବାର ଅପରାହ୍ନ ୧ ଘ. ସମୟରେ କୌଣସି କାରଣରୁ ୩ ଟି ଧାନ ଗଦାରେ ନିଆଁ ଲାଗିଯାଇଥିଲା, ଧାନ ଗଦା ପୋଡି ଯାଇଛି । କେରଣ୍ଡି ଗ୍ରାମର ସନସାଏ ବିନ୍ଧାଣି ଏବଂ ମାନସିଂ ବିନ୍ଧାଣି ଙ୍କ ଖଳାରେ ଥୂବା ୩ ଟି ଧାନ ଗଦାରେ ନିଆଁ ଲାଗି ଯାଇଥିଲା । ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଡାବୁଗାଁ ଅଗ୍ନିଶମ କେନ୍ଦ୍ରକୁ ଫୋନ କରିଥିଲେ ।ଖବରପାଇ ଦମକଳ ଗାଡି ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଥିଲେ ଏହି ଦୁଇ ଚାଷୀଙ୍କ ସମସ୍ତ ଫସଲ ପ୍ରାୟ ଅନ୍ୟୁନ ୧ଲକ୍ଷ ଟଙ୍କାରୁ ଅଧୂକ ନଷ୍ଟ ହୋଇ ଯାଇଛି ।

ଏଥିରେ ଡାବୁଗାଁ ଅଗ୍ନିଶମ କେନ୍ଦ୍ର ଭାରପ୍ରାପ୍ତ ଅଗ୍ନିଶମ ଅଧୂକାରୀ ହିମାଂଶୁ ଶେଖର ନାୟକ, ଏଲଏଫଏଫ ଲକ୍ଷ୍ମୀଧର ଜାନୀ, ଏଫଏଫଡି ପ୍ରସନ୍ନ ବିଶ୍ବାଳ ଓ ୪ ଜଣ ଅଗ୍ନିଯୋଦ୍ଧା ମାନେ ସାମିଲ ରହି ନିଆଁକୁ ଆୟତ୍ତ କରିବାରେ ସହଯୋଗ କରିଥିଲେ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button