ଗଞ୍ଜେଇ ଗଛ ପେ।ଡି ନଷ୍ଟ କର।ଯ।ଇଛି
୪୪ ଏକର ଜମିରୁ ୫୨୮୦୦ ଗଞ୍ଜେଇ ଗଛ ନଷ୍ଟ
ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଉଛି।
ନନ୍ଦପୁର /ପାଡ଼ୁଆ, ୧୨/୧୧
କୁ ଅବକାରୀ, ପୋଲିସ, ରାଜସ୍ୱ ଓ ଜଙ୍ଗଲ ସ୍ତ ବିଭାଗର ମିଳିତ ଟିମ୍ କୋରାପୁଟ ଜିଲ୍ଲାର ଓ ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ଲାମ୍ପି ୬ ଓ ଗନ୍ଦୀଶିକାରୀପୁଟ ଜଙ୍ଗଲରୁ ଅପରେଶନ -1 ଗ୍ରୀନ୍ କ୍ଲିନ୍ ମଙ୍ଗଳବାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ୨ ଗ୍ରାମ ପାର୍ଶ୍ଵ ୪୪ ଏକର ସ୍ତ ଜଙ୍ଗଲ ଓ ରାଜସ୍ବ ଜମିରେ ବେଆଇନ କ ଭାବେ କରାଯାଇଥିବା ୫୨୮୦୦ 2 ଗଞ୍ଜେଇ ଗଛକୁ କାଟିବା ସହ ପୋଡ଼ି ନଷ୍ଟ କରାଯାଇଥିବା ଅବକାରୀ ନିରୀକ୍ଷକ 2 ଅନ୍ନପୂର୍ଣ୍ଣା ରଥ ଓ ପାଡୁଆ ଥାନାଧିକାରୀ ମ ଅଶୋକ ବିଶୋଇ ସୂଚନା ଦେଇଛନ୍ତି। ଟିମ୍ରେ ନନ୍ଦପୁର ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମାଧବ ପାଙ୍ଗୀ, ଅବକାରୀ । ଓଆଇସି ଅଭୟ ନାୟକ, ପାଡୁଆ
ଲାଖୀ, ଗନ୍ଦିଶିକାରୀପୁଟ ଜଙ୍ଗଲରୁ ଅପରେଶନ ଗ୍ରୀନ୍ କ୍ଲିନ୍ ଆରୟ
ବନପାଳକ ଟିମ୍, ଆଇଆର୍ବିଏନ୍ ଯବାନ ଓ ଅବକାରୀ ବିଭାଗର ଫ୍ଲାଇଂ ସ୍ପାଡ୍ ସାମିଲ ହୋଇଥିଲେ। ନନ୍ଦପୁର ଅବକାରୀ ଥାନାରେ ନଂ. ୧୬୦/୨୫-୨୬ରେ ମାମଲା ରୁଜୁ କରାଯାଇଛି। ଓଆଇସି ନାୟକ ଏହାର ତଦନ୍ତ କରୁଛନ୍ତି। ପାଡୁଆ ଥାନାରେ ନଂ ୧୨୫/୨୫ରେ ମାମଲା ରୁଜୁକରି ଇନ୍ସପେକ୍ଟର ଟୁନା ଶବରଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି।
ଅତିଶୀଘ୍ର ବେଆଇନ ଭାବେ ଗଞ୍ଜେଇ ଚାଷୀଙ୍କୁ ଚିହ୍ନଟ କରାଯିବ। ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ବ୍ୟାପକ ହେବ ବୋଲି ସୂଚନା ରହିଛି।
