ବନ୍ୟ ଜନ୍ତୁ ପ।ଇ ବିଛି ଯ।ଉଛି ତ।ର, ଯ।ଉଛି ଲୋକଙ୍କ ଜୀବନ
ବନ୍ୟଜନ୍ତୁ ପାଇଁ ବିଛାଯାଉଛି ତାର, ଯାଉଛି ଲୋକଙ୍କ ଜୀବନ
ନନ୍ଦପୁର, ୧୨/୧୧
କୋରାପୁଟ ଜିଲ୍ଲାର ପାହାଡ଼ ଜଙ୍ଗଲ ଦେଇ ଯାଇଥିବା ବିଦ୍ୟୁତ୍ ତାର ଯୋଗୁ ବନ୍ୟଜନ୍ତୁ ଓ ମଣିଷ ଜୀବନ ଯାଉଥିବା ଦେଖିବାକୁ ମିଳୁଛି । ଜଙ୍ଗଲରେ ଖାଦ୍ୟାଭାବ ବନ୍ୟଜନ୍ତୁକୁ ଗାଁ ଓ ସହର ମୁହାଁ ହେଉଥିବା ବେଳେ ଏହାର ସୁଯୋଗ ନେଇ ଜଙ୍ଗଲ ପାର୍ଶ୍ଵବର୍ଗୀ ଗ୍ରାମବାସୀ ଓ ଅନ୍ୟ ଶିକାରୀ ହାଇ ଭୋଲ୍ଟ । ବିଦ୍ୟୁତ୍ ବ୍ୟବହାରକରି ବନ୍ୟଜନ୍ତୁ ଶିକାର । କରୁଛନ୍ତି। କିନ୍ତୁ ଏହି ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକାଧିକ ମହିଳା ପୁରୁଷଙ୍କ ମୃତ୍ୟୁହେବା ଘଟଣା ସାମ୍ନାକୁ ଆସୁଛି। ଏଥିଯୋଗୁ ବିଦ୍ୟୁତ୍ ବିଭ୍ରାଟ୍ହେବା
ସହ ପ୍ରାଣୀଙ୍କ ଜୀବନ ମଧ୍ୟ ଯାଉଛି । ଜିଲ୍ଲାର ପ୍ରତି ବ୍ଲକ୍ରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ, ବନ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଲୋକଙ୍କୁ ସଚେତନ କରୁ ନ ଥିବା ଦେଖିବାକୁ ମିଳୁଛି। ଅଭ୍ୟାସଗତ ଶିକାରୀଙ୍କୁ ଚିହ୍ନଟକରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯାଉ ନ ଥିବା ନେଇ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାନୁଯାୟୀ, ଜିଲାର ପ୍ରତି ବ୍ଲକ୍ ଅଞ୍ଚଳରେ ବିଦ୍ୟୁତ୍ କର୍ମଚାରୀ ଜଙ୍ଗଲ ପାହାଡ଼ରୁ ବନ୍ୟଜନ୍ତୁ ଶିକାର ପାଇଁ ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍ ତାର ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହେଉଥିବା ଦର୍ଶାଇ ଏହାକୁ ଜବତ କରୁଛନ୍ତି। କିନ୍ତୁ
କୌଣସି ଘଟଣାରେ କେତୋଟି ବନ୍ୟଜନ୍ତୁ ଶିକାର ହେଉଛନ୍ତି ଏ ନେଇ ସୂଚନା ଦିଆଯାଇନାହିଁ। ଘଟଣା ସମ୍ପର୍କରେ ଟିପିଏଓଡିଏଲ୍ କର୍ମକର୍ରା ସମ୍ପୃକ୍ତ ଅଞ୍ଚଳର ଥାନାରେ ଅଭିଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ତାର ବିଛାଇଥିବା ଶିକାରୀ ନିର୍ଭୟରେ ପ୍ରୋତ୍ସାହିତ ହୋଇ ଏହାକୁ ପୁନର୍ବାର କରୁଛନ୍ତି । କିଛିଦିନ ତଳେ ନନ୍ଦପୁର ବ୍ଲକ୍ରେ ଦମ୍ପତିଙ୍କ ମୃତ୍ୟୁ, ସେମିଳିଗୁଡ଼ା ବ୍ଲକ୍ରେ ଜଣେ ଯୁବକ ମୃତ ଓ ଯୁବତୀ ଗୁରୁତର ହୋଇଥିଲେ। ଲକ୍ଷ୍ମୀପୁର ବ୍ଲକ୍ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଯୁବକଙ୍କ ଜୀବନ ଯାଇଥିଲା। ଏଭଳି ଘଟଣାର ପୁନରାବୃଦ୍ଧିନ ହେବା ନେଇ ବିଦ୍ୟୁତ୍ ବିଭାଗ ଦୃଷ୍ଟିଦେବାକୁ ଦାବି ହୋଇଛି।
