୨୦ ଗ।ଆଁରେ ପରୀକ୍ଷା ମୂଳକ ଜନଗଣନ।

୨୦ ଗାଁରେ ଚାଲିଛି ପରୀକ୍ଷାମୂଳକ ଜନଗଣନା
– ସାମିଲ ହୋଇଛନ୍ତି ୬୬ ଜନଗଣନାକାରୀ, ୧୧ ସୁପରଭାଇଜର
୩୦ ଯାଏ ଚାଲିବ ଏହି ସର୍ଭେ
ନବରଙ୍ଗପୁର,୧୧/୧୧
ରାଜ୍ୟର ୩ଟି ସ୍ଥାନରେ ଡିଜିଟାଲ ମାଧ୍ୟମରେ ଜନଗଣନା କରାଯାଉଛି। ଏଥିରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍କୁ ମଧ୍ୟ ପରୀକ୍ଷାମୂଳକଭାବେ ଏହି ଜନଗଣନାରେ ସାମିଲ କରାଯାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ୨୦ ଗ୍ରାମରେ ଚାଲିଛି ଡିଜିଟାଲ ସର୍ଭେ କାର୍ଯ୍ୟକ୍ରମ। ଏଥିପାଇଁ ପୂର୍ବରୁ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ତେନ୍ତୁଳିଖୁଣ୍ଟି ତହସିଲର କୁକୁଡ଼ାବାଇ, କଣ୍ଟାଗାଁ, ଝରିଗୁମ୍ମା ଅଞ୍ଚଳଗୁମ୍ମା ରେଭିନ୍ୟୁ ସର୍କଲ ଅଧୀନ ୨୦ଟି ଗ୍ରାମରେ ଏହି ଜନଗଣନା କରାଯାଉଛି। ଏଥିପାଇଁ ୬୬ ଜନଗଣନାକାରୀ ଓ ୧୧ ସୁପରଭାଇଜର ନିଯୁକ୍ତି ପାଇଛନ୍ତି। ଏକ ସ୍ୱତନ୍ତ୍ର ମୋବାଇଲ
ଏକ ଗାଁରେ ଜନଗଣନା କାରୀମାନେ ସର୍ଭେ କରୁଛନ୍ତି।
ଆପ୍ ମାଧ୍ୟମରେ ଏହି ଜନଗଣନାର ସମ୍ପୂର୍ଣ୍ଣ ତଥ୍ୟ ରହିବ ନଭେମ୍ବର ୧୦ରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ କାଗଜକଲମ ମାଧ୍ୟମରେ ଜନଗଣନା ହେଉଥିବାବେଳେ ପ୍ରଥମ ଥର ପାଇଁ ବିନା କାଗଜ କଲମରେ ମୋବାଇଲ ଆପ୍ ମାଧ୍ୟମରେ ଏହି ସର୍ଭେ କରାଯାଉଛି। ଯାହାକୁ ନେଇ ଲୋକଙ୍କ
ମଧ୍ୟରେ ଆଗ୍ରହ ଦେଖା ଦେଇଛି। ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଆଗ୍ରହ ଦେଖାଇଛନ୍ତି। ତେନ୍ତୁଳିଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ କହିଛନ୍ତି, ବ୍ଲକ୍ରେ ୪ଟି ରାଜସ୍ବ ସର୍କଲ କଣ୍ଟାଗାଁ, ଅଞ୍ଚଳଗୁମ୍ମା, ଝରିଗୁଞ୍ଜା ଓ କୁକୁଡ଼ାବାଇ ଅଞ୍ଚଳର ୨୦ଟି ଗାଁରେ ଚାଲିଛି। ଏନେଇ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।