District

ସଟର ତ।ଡି ଦୋକାନ ରୁ ଚୋରୀ

ସଟର ତାଡ଼ି ଦୋକାନରୁ ଚୋରି

ସିସିଟିଭି କ୍ୟାମେରାରେ ଚୋରି ଦୃଶ୍ୟ କଏଦ

ନବରଙ୍ଗପୁର, ୮/୧୧: ନବରଙ୍ଗପୁର ସହରରେ ପୁଣି ଚୋରି ଆଜି ଭୋର ସକାଳ ସମୟରେ ଚାମୁରିଆଗୁଡ଼ା ଛକରେ ଥିବା ପିଣ୍ଡୁ ଜେନେରାଲ୍ ଷ୍ଟୋରର ସଟର୍‌ ତାଡ଼ି ଦୋକାନରୁ ୧୦ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍

ସେହିପରି ଦୁର୍ବୃତ୍ତମାନେ ଚାମୁରିଆଗୁଡ଼ାର ରାମପ୍ରସାଦ ଦୋରାଙ୍କ ହୋଣ୍ଡା ସାଇନ୍ ବାଇକ୍ ଚୋରି କରିଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ପ୍ରଥମେ ବାଇକ୍ ଚୋରି କରି ଏହି ବାଇକରେ ଆସି ଚାମୁରିଆଗୁଡ଼ା ଓ ଜାମାଲ କଲୋନି ଅଞ୍ଚଳରେ କିଛି ଘରେ ଚୋରି କରିବାକୁ ଉଦ୍ୟମ କରିଥିବା ସିସିଟିଭିରେ କଏଦ ହୋଇଛି। ଏହି ଘଟଣା ପରେ ସ‌ହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ଦୁଇଦିନ ତଳେ ବ୍ଲକ କଲୋନିରୁ ବିଡିଓ ମୁନିଲ ଖରାଙ୍କ ସରକାରୀ ବାସଭବନରେ ଦୁର୍ବୃତ୍ତମାନେ ପଶି ଆଲମିରା ଭାଙ୍ଗି ଚୋରି କରିଥିଲେ। ଘଟଣାର ୪୮ ଘଣ୍ଟା ପରେ ବି ପୁଲିସ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ଦୂରର କଥା ଚିହ୍ନଟ ମଧ୍ୟ କରିପାରିନାହିଁ। ଏନେଇ ଥାନା ଅଧିକାରୀ ସମ୍ବିତ ବେହେରା କହିଛନ୍ତି ଯେ ପିଣ୍ଡୁ ଦୋକାନରେ ଚୋରି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ଅତିଶୀଘ୍ର ସମସ୍ତ ଚୋର ଧରାପଡ଼ିବେ ବୋଲି ସେ କହିଛନ୍ତି।

ଫୋନ୍ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ନବରଙ୍ଗପୁରରୁ ବୋରିଗୁମ୍ମା ରାଜପଥର ବିନୋଦ ପ୍ୟାଲେସ୍‌ ହୋଟେଲ୍ ସମ୍ମୁଖରେ ଥିବା ଏହି ଦୋକାନରୁ ଚୋରି ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button