ଜିଲ୍ଲ। ଖାଦ୍ୟ ସୁରକ୍ଷା ଟୋବାକୋ ନିମନ୍ତ୍ରଣ ବିଭ।ଗ ଚତ।ଉ
ଜିଲ୍ଲା ଖାଦ୍ୟ ସୁରକ୍ଷା, ଟବାକୋ ନିୟନ୍ତ୍ରଣ ବିଭାଗର ଚଢ଼ାଉ
ଡାବୁଗାଁ, ୮/୧୧
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମାସ୍ଥିତ ହାଟ ଓ ବିଭିନ୍ନ ଦୋକାନ ଉପରେ ଜିଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଟବାକୋ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି। ବଜାରରେ ଥିବା ପାନ ଦୋକାନ, ତେଜରାତି ଦୋକାନ,
ବେକେରୀ, ଫଳ ଦୋକାନ, ହୋଟେଲ ଓ ଖାଦ୍ୟ ସାମଗ୍ରୀ ଦୋକାନଗୁଡିକ ଉପରେ ଚଢ଼ାଇ କରାଯାଇଛି। ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ, ଗୁଟୁଖା, ତମାଖୁ ଆଦି ଯାଞ୍ଚ ସହ ହାଟ ମଧ୍ୟରେ ବିକ୍ରି କରାଯାଉଥିବା ଅପମିଶ୍ରିତ ମସଲା ଗୁଣ୍ଡ ପ୍ୟାକେଟଗୁଡିକ ନଷ୍ଟ କରଯାଇଥିଲା | ବ୍ୟବସାୟୀମାନଙ୍କୁ ଏଭଳି ଅପମିଶ୍ରିତ
ମସଲା ବିକ୍ରି ନ କରିବାକୁ ତାଗିଦ କରାଯାଇଥିଲା। ପ୍ରାୟ ୨୪ ଦୋକାନରେ ଚଢାର କରି ମୋଟ ୭୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏଥିରେ ତମାଖୁ ନିୟନ୍ତ୍ରଣ ବିଭାଗର ମୋଟ ୫୧୦୦ ଓ ଖାଦ୍ୟ ସୁରକ୍ଷା ବିଭାଗର ୨୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢ଼ାଉରେ ଜିଲା ଖାଦ୍ୟ ସୁରକ୍ଷା
ଅଧିକାରୀ ଅରୁଣ କୁମାର ମିଶ୍ର, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜିଲା ପରାମର୍ଶଦାତା ତରୁଣ କୁମାର ସାହୁ, ଭେଷଜ ନିରୀକ୍ଷକ ଧରିତ୍ରୀ ସାବତ, ଡାବୁଗାଁ ଅବକାରୀ ଉପନିରୀକ୍ଷକ ସମୀର କୌଶଲ୍ୟା, ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଷୋୟୀ, ଗତୁଲ ନାୟକ, ସୁରେଖା ଭତ୍ରା ଓ ବିବେକାନନ୍ଦ ସାହୁ ପ୍ରମୁଖ ସାମିଲ ଥିଲେ।