କ।ହ। ଛତ୍ର ଛାୟା ରେ ଚ।ଲିଥିଲ। ବେଆଇନ କ୍ଲିନିକ୍
କାହା ଛତ୍ରଛାୟାରେ ଚାଲିଥୁଲା ବେଆଇନ୍ କ୍ଲିନିକ୍ ?
୬ କ୍ଲିନିକ୍ ଓ ପାଥୋଲ୍ୟାବ୍କୁ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ
ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବାକୁ ଉପ ଜିଲ୍ଲାପାଳଙ୍କ ଅପିଲ୍
ଗୁଣପୁର, ୮/୧୧: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ୍ ଗୁଡିକକୁ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସିଲ୍ କରିଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣିଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ଗତ ଗୁରୁବାର ଦିନ ଅଚାନକ ଚଢଉ କରି ବିଭିନ୍ନ କ୍ଲିନିକ୍ ଗୁଡିକୁ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ | ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଜନସ୍ବାସ୍ଥ୍ୟ ଅଧିକାରି ଭି ସରୋଜିନୀ ଦେବୀଙ୍କ ନେତୃତ୍ବରେ ଏକ ଟିମ୍ ବେଆଇନ କ୍ଲିନିକ୍ ଗୁଡିକୁ ଯାଇ କାଗଜପତ୍ର ଯାଞ୍ଚ କରିବା ସହ ୬ଟି କ୍ଲିନିକ୍କୁ ସିଲ୍ କରିଛନ୍ତି। ମାଜିଷ୍ଟ୍ରେଟ ଭାବେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ | ଏମ୍ଏମ୍ ମେଡିକସ, ଆମ୍ମା କ୍ଲିନିକ, ଅମୂଲ୍ୟ ଭାରତ, ରାଧ୍କା, ଜଶେଫ ଶବର, ଅନନ୍ତ ଦାସ ପ୍ରମୁଖ କ୍ଲିନିକ ଓ ପାଥୋଲ୍ୟାବର କାଗଜପତ୍ର ତନଖ୍ କରିବା ସମଯରେ ବହୁ ଅସଙ୍ଗତି ନଜରକୁ ଆସିବା ପରେ
ସେଗୁଡିକୁ ସିଲ କରିଦିଆଯାଇଛି। ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଦର୍ଶ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଉପ ଜିଲ୍ଲାପାଳ ଗୁଣପୁର ଉପଖଣ୍ଡର ସମସ୍ତ ଜନ ସଧାରଣଙ୍କୁ ଅପିଲ କରିଥିଲେ। ଏଥିସହ ଆଜି ଅତିରିକ୍ତ ଜିଲ୍ଲାପାଳ, ରାୟଗଡ ନିହାର ରଞ୍ଜନ କହଁରଙ୍କ
ନେତୃତ୍ବରେ ରାମାନଗୁଡ଼ା ବ୍ଲକରେ ମଧ୍ୟ ୨ଟି ବେଆଇନ କ୍ଲିନିକ୍ର କାଗଜପତ୍ର ତନଖ୍ କରିବା ସହ ସିଲ୍ କରାଯାଇଛି। ଆଗାମୀ ଦିନ ମାନଙ୍କରେ ଗୁଣପୁର ଉପଖଣ୍ଡର ସମସ୍ତ ବ୍ଲକ ଓ ଗ୍ରାମରେ ଥିବା ବିଭିନ୍ନ ବେଆଇନ କ୍ଲିନିକ୍ ଉପରେ ଚଢାଉ ଜାରି ରହିବ ଓ ଲୋକଙ୍କ ସ୍ବାସ୍ଥ୍ୟ ସେବାରେ ଯେମିତି ଅସୁବିଧା ହେବନାହିଁ | ତାହା ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ବରିଷ୍ଠ କିରାଣୀ ରାଜେଶ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ | ଏଠାରେ ପ୍ରଶ୍ନ ଉଠିଛି ଯେ ଦୀର୍ଘ ବର୍ଷ ଧରି ଏହି ବେଆଇନ କ୍ଲିନିକ୍ ଗୁଡିକ କାହାର ଛତ୍ରଛାୟାରେ ଚାଲିଥିଲା। ତେଣୁ ସେ ସମ୍ପର୍କରେ ମଧ୍ୟ ତଦନ୍ତ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ବେଆଇନ କ୍ଲିନିକ୍ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ କିପରି ଜାଣି ପାରି ନଥ୍ଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
