District

ବୟସ ୮୦ ପ।ର ହେତ ମିଳୁନି ବଦ୍ଧିତ ଭତ।

ବୟସ ୮୦ ପାର ହେବା ସତ୍ତ୍ବେ ମିଳୁନି ବଦ୍ଧିତ ଭତ୍ତା

ନନ୍ଦପୁର, ୮/୧୧

ନନ୍ଦପୁର ବ୍ଲକ ଥିବା ପଞ୍ଚାୟତ ପାତ୍ରପଣ୍ଡି ଗ୍ରାମର ବୃଦ୍ଧା ସାବଜାନ ବିବିଙ୍କ ଆଧାରକାର୍ଡରେ ବୟସ ୮୫ ବର୍ଷ ଓ ଭୋଟର କାର୍ଡରେ ୮୪ ବର୍ଷ ହୋଇଥିଲେ ସୁଦ୍ଧା ତାଙ୍କୁ ବଦ୍ଧିତ ଭତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି । ସାବଜାନଙ୍କ ଆଖକୁ ଦେଖା ଯାଉ ନ ଥିବା ବେଳେ ସେ ସଳଖ୍ ଛିଡ଼ା ମଧ୍ଯ ହୋଇପାରୁ ନାହାନ୍ତି । ଚାଲିବା ଓ କଥା ହୋଇପାରୁ ନ ଥିବା ବେଳେ ବଦ୍ଧିତ ଭତ୍ତା ପାଇଁ ଆବେଦନ କେମିତି ଓ କେଉଁଠି କରିବି ବୋଲି ବୃଦ୍ଧା ସାବଜାନ ବିବି କହିଛନ୍ତି । ୨୪/୧୦/୨୦୨୪ରେ ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ବଦ୍ଧିତ ଭତ୍ତା ଆବେଦନ କରିବାକୁ କଷ୍ଟରେ ପଞ୍ଚାୟତ ସମିତିସଭ୍ୟ ସିକୁରୁନ ବିବିଙ୍କ ସହାୟତାରେ ସାବଜାନ ଯାଇଥିଲେ। କିନ୍ତୁ ଭତ୍ତା ଓ ବଦ୍ଧିତ ଭତ୍ତା ଆବେଦନ ପାଇଁ କୌଣସି କାଉଣ୍ଟର ନ

ଥିବା ଓ ଆବେଦନ ପତ୍ର ଗ୍ରହଣ କରିବାକୁ କର୍ମଚାରୀ ଆଗ୍ରହ ପ୍ରକାଶ କରି ନ ଥିବାରୁ ଖାଲି ହାତରେ ଫେରିଥିବା ସେ କହିଛନ୍ତି। ବୟସାଧୂକ ଯୋଗୁ ପଞ୍ଚାୟତ, ବ୍ଲକ, ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ୮୦ ପାର ବୃଦ୍ଧାବୃଦ୍ଧ ଅସହାୟଙ୍କୁ ଚିହ୍ନଟ କରି ବଦ୍ଧିତ ଭତ୍ତା

ସାବଜାନ ବିବି।

ପ୍ରଦାନ କରିବାକୁ ବିଭାଗୀୟ ପୋର୍ଟାଲରେ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସାବଜାନ ନିବେଦନ କରିଛନ୍ତି। ଏଥିରେ ବୟସ ଅନୁପାତରେ ସ୍ୱତଃପ୍ରବୃତ୍ତ ଭାବେ ବନ୍ଧିତ ଭତ୍ତା ହିତାକାରୀଙ୍କୁ ମିଳିପାରିବ। ୮୦ ପାର ବୟସ୍କଙ୍କୁ ବଦ୍ଧିତ ଭତ୍ତା ପାଇବାକୁ ପଞ୍ଚାୟତ ବ୍ଲକ କାର୍ଯ୍ୟାଳୟକୁ ଆବେଦନ କରିବାକୁ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ନନ୍ଦପୁର ବ୍ଳକ ବିଡିଓ ଦୁର୍ଗା ପ୍ରସାଦ ଦୋରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ପଞ୍ଚାୟତ ପିଇଓଙ୍କୁ ପାତ୍ରପଣି ଗ୍ରାମକୁ ଯାଇ ବୃଦ୍ଧାଙ୍କୁ ଭେଟି ସମସ୍ତ କାଗଜପତ୍ର ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପଞ୍ଚାୟତ ପିଇଓ କମଲ ସ୍ମିଥ ଗୁରୁବାର କାର୍ଯ୍ୟକାରୀ କରିଛନ୍ତି। ବଦ୍ଧିତ ଭତ୍ତା ପାଇଁ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ବୋଲି ବିଡିଓ ଦୋରା ସୂଚନା ଦେଇଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button