District

ଟଙ୍କା ହଡପରେ ରହିଗଲ। ଗୃହ କ।ମ

ଡାବୁଗାଁ,୬/୧୧: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମପଞ୍ଚାୟତର ୩ ଜଣ ହିତାଧିକାରୀଙ୍କ ଆବାସ ଟଙ୍କା ଆତ୍ମସାତ୍ କରିଛନ୍ତି ଜଣେ ମଧ୍ୟସ୍ଥି । ତେବେ ଜଣେ ହିତାଧିକାରୀ ଆବାସ ଗୃହ ନିର୍ମାଣ ପୂର୍ବରୁ ଆଖି ବୁଜିଥିବା ବେଳେ ଅନ୍ୟ ଦୁଇ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିବାକୁ ମଧ୍ୟସ୍ଥିଙ୍କୁ କହୁଥିଲେ ମଧ୍ୟ ସେ ଶୁଣୁନାହାନ୍ତି।

ବିଡିଓ ଓ ଜବାଗୁଡ଼ା ସରପଞ୍ଚ ଗୋମତୀ ଭତରାଙ୍କ ନିକଟରେ ଗୁହାରି କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ନୂତନ ଗୃହ ନିର୍ମାଣ ପୂର୍ବରୁ ବିଧବା ପାନକି ଭତରାଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଜବାଗୁଡ଼ା 9099/9 ଗ୍ରାମପଞ୍ଚାୟତ ଦରଗୁଲା ଗ୍ରାମର ପାନିକି ଭତରା, ଜବାଗୁଡ଼ା ଗ୍ରାମର ଗୁରୁବାରି ଇତରା ଓ ନୀଳା ଭିତରାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମିଳିଥିଲା। ଜବାଗୁଡ଼ା ଗ୍ରାମର ଜଣେ ମଧ୍ୟସ୍ଥି ତିନି ମହିଳା ହିତାଧିକାରୀଙ୍କୁ ଆବାସ ଗୃହ ନିର୍ମାଣ କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲା । ମଧ୍ୟସ୍ଥି ଜଣଙ୍କ ଗ୍ରାମର ଜଣେ ପରିଚିତ ବ୍ୟକ୍ତି ହୋଇଥିବାରୁ ତିନି ଜଣ ମହିଳା ହିତାଧିକାରୀ ତାଙ୍କ ବ୍ୟାଙ୍କ ପାସବୁକରୁ ଟଙ୍କା ଉଠାଇ ମଧ୍ୟସ୍ଥିଙ୍କୁ ପ୍ରଦାନ କରିଥିଲେ । ଏହାପରେ ମଧ୍ୟସ୍ଥି ଜଣକ ଗୁରୁବାରି ଭତରାଙ୍କ ଆବାସ ଗୃହ ଛାତ ପର୍ଯ୍ୟନ୍ତ କାମ କରିଥିବା ବେଳେ ଅନ୍ୟ ଦୁଇ ହିତାଧିକାରୀଙ୍କ ଆବାସ ଗୃହ ନିର୍ମାଣ କାମ ଆଦୌ ଆରମ୍ଭ କରି ନଥିଲା | ଏନେଇ ତିନି ହିତାଧିକାରୀ ଆବାସ ଗୃହ କାର୍ଯ୍ୟ ଶୀଘ୍ର ସାରିବାକୁ ମଧ୍ୟସ୍ଥି ନିକଟରେ ବାରମ୍ବାର ଗୁହାରି କରିଥିଲେ । କିନ୍ତୁ ମଧ୍ୟସ୍ଥି ଜଣକ ଟଙ୍କା ଆତ୍ମସାତ୍ କରି ଚୁପ୍ ରହିଥିଲା ଏପଟେ ଗୁରୁବାରି ଭତରାଙ୍କ ଅର୍ଦ୍ଧନିର୍ମିତ ଆବାସ ଗୃହ ନଷ୍ଟ ହେବାକୁ ବସିଲାଣି। ଏନେଇ ତିନି ହିତାଧିକାରୀ

ହୋଇଯାଇଛି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆବାସ ଗୃହ ଟଙ୍କା ଆତ୍ମସାତ୍ କରିଥିବା ମଧ୍ୟସ୍ଥି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button