District

ନିମ୍ନ ମ।ନର ଶେଣୀ ଗୃହ ନିର୍ମାଣ ଅଭିଯୋଗ ଆଣିଲେ ଗ୍ରାମ ବାସୀ

ନିମ୍ନ ମାନର ଶ୍ରେଣୀ ଗୃହ ନିର୍ମାଣ ଅଭିଯୋଗ ଆଣିଲେ ଗ୍ରାମବାସୀ

ଝରିଗାଁ,୫/୧୧:ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ମହଣ୍ଡିର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ରହିଥିଲା । ଗ୍ରାମବାସୀ ଛାତ୍ରଛତ୍ରୀ ଙ୍କ ପାଠ ପଢ଼ାରେ ସମସ୍ୟା ହେଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି କରି ଆସୁଥିଲେ । ଗ୍ରାମବାସୀଙ୍କ ଦାବି ପରେ ପ୍ରଶାସନ ପକ୍ଷରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗ୍ରାମବାସୀ ନିମ୍ନ ମାନର କାମ ହେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବିକଶିତ ଗାଁ ବିକଶିତ ଓଡିଶା ପକ୍ଷରୁ ୨୦୨୫ପ୨୬ ଆର୍ଥିକ ବର୍ଷରେ ଆଠ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନୂତନ ଭାବେ ଶ୍ରେଣୀ ଗୃହ ନିର୍ମାଣ କାମ ଚାଲିଛି । ତେବେ ନୂତନ ଭାବେ ନିର୍ମାଣ ହେଉଥିବା ଶ୍ରେଣୀ ଗୃହରେ ଆବଶ୍ୟକ ଅନୁଯାୟୀ ଲୁହା ରୋଡ ଲଗାଯାଉ ନ ଥିବା ଅଭିଯୋଗ ହୋଇଛି । ସେହିପରି କାନ୍ତ ଗୁଡ଼ିକ ଅଙ୍କା ବଙ୍କା ହୋଇ ନିର୍ମାଣ ହେଉଛି ଏବଂ ଲିଣ୍ଟେଲ ମଧ୍ୟ ସରକାରୀ ନିୟମ ଅନୁଯାୟୀ ପଢିନଥିବା ଗ୍ରାମର ଟିକ ପନକା, ନବୀନ ପନକା, ଦୂର – ସାଇ ଗଣ୍ଡ, ପ୍ରମୁଖ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ଉତ୍ତମ ଭାବେ କାମ କରିବା ପାଇଁ ଗ୍ରାମବାସୀ ଦାବି କରିବା ସହ କାମ ବନ୍ଦ କରିଥିବା କହିଛନ୍ତି । ଘଟଣା ନେଇ ସରକାରୀ ନିର୍ବାହୀ ଯନ୍ତ୍ର ବିନତ କୁମାର ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ କାମ ନିମ୍ନ ମାନର ହୋଇଥିଲେ। ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି । ଏଠାରେ ପ୍ରକାଶ ଯେ ଉକ୍ତ ବିଦ୍ୟାଳୟ ୧୯୭୩ ମସିହାରେ ସ୍ଥାପନ ହୋଇଥିବା ବେଳେ ବର୍ତମାନ ପ୍ରଥମ ରୁ ପଞ୍ଚମ ଶେଷ୍ଠୀ ପର୍ଯ୍ୟନ୍ତ ୧୧୮ ଜଣ ଛାତ୍ର ଛାତ୍ରୀ ପାଠ ପଡୁଛରି ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବା ବେଳେ ପାଠପଢ଼ା ସମୟରେ ସମସ୍ୟା ଦେଖା ଦେଉଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button