District
ନବରଙ୍ଗପୁର ବିଡ଼ିଓ ଙ୍କ ସରକାରୀ ବ।ସଭବନରୁ ଚୋରୀ
ବିଡ଼ିଓଙ୍କ କ୍ୱାଟ’ରରୁ ଚୋରୀ
ନବରଙ୍ଗପୁର,୫/୧୧: ନବରଙ୍ଗପୁର ବିଡ଼ିଓ ଙ୍କ ସରକାରୀ ବାସଭବନରୁ ଘରେ କେହି ନଥୁବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଭେଣ୍ଟିଲେସନ ଭାଙ୍ଗି ଭିତରେ ପଶିଲେ କଳା କାନା ବୁଲାଇଛନ୍ତି | 6 ଚୋର ମାନେ ଘର ଭିତରେ ପଶି ଆଲେମିରା ଭାଙ୍ଗି ୨୦ ହଜାର ଟଙ୍କା ନେଇ ଯାଇଥିବା ସୂଚନା ଦେଇଛନ୍ତି ।
ବିଡ଼ିଓ ଗତ ରବିବାର ଓ ସୋମବାର ସରକାରୀ ଛୁଟି ଥିବାରୁ ନବରଙ୍ଗପୁର ବିଡ଼ିଓ ସୁନୀଲ ଖରା ରାୟଗଡା ସ୍ଥିତ ନିଜ ଘରକୁ ଯାଇଥିଲେ । ଆଜି ଆସି ଦେଖୁବା ବେଳକୁ ସାମ୍ନା କବାଟ ରେ ତାଲା ଲାଗିଥିବା ବେଳେ ଭେଣ୍ଟିଲେସନ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। । ଏ ବାବଦରେ ତୁରନ୍ତ ନବରଙ୍ଗପୁର ପୋଲିସ କୁ ଖବର ଦେବା ପରେ ନବରଙ୍ଗପୁର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଜନଗହଳି ପୁର୍ଣ ସ୍ଥାନ ତଥା ଅଧିକାରୀ ଙ୍କ ଘରୁ ଚୋରୀ ହେବାକୁ ନେଇ ବିଡ଼ିଓ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଚୋର କୁ ଧରିବାକୁ ଦାବୀ କରିଛନ୍ତି ।