ବିଦ୍ୟାଳୟ ଜମିକୁ.ନେଇ ବିବ।ଦ ଗଛମୂଳେ ପ।ଠ ପତ।
ବିଦ୍ୟାଳୟ ଜମିକୁ ନେଇ ବିବାଦ, ଗଛ ମୂଳେ ପାଠପଢ଼ା
ଥାନାର ଦ୍ବାରସ୍ଥ ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିଟି
ଚନ୍ଦାହାଣ୍ଡି, ୨୪/୧୦: ଚନ୍ଦାହାଣ୍ଡି ବ୍ଳକ କେନ୍ଦୁଗୁଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଜମିକୁ ନେଇ ବିବାଦ ଦେଖାଦେଇଛି ଏକ ଦଂପତି ବିଦ୍ୟାଳୟ ଜମି ନିଜର ବୋଲି ଦାବି କରି ବିଦ୍ୟାଳୟ ନିକଟରେ ପହଞ୍ଚି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
କେନ୍ଦୁଗୁଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ ୧୯୬୨ ମସିହାରେ ସରକାରୀ ଜମିରେ ସ୍ଥାପିତ ହୋଇଥିଲା। ତେବେ ଘଣ୍ଟିଗୁଡ଼ା ଗ୍ରାମର ନୂଆ ମାଝୀ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ମାଝୀ ବିଦ୍ୟାଳୟ ହୋଇଥିବା ସମ୍ପୂର୍ଣ୍ଣ ଜାଗା ନିଜର ବୋଲି ଦାବି କରିବା ସହ କହି ବର୍ଷ ତଳେ ବିଦ୍ୟାଳୟ
ଅଟଳ ରହିଛନ୍ତି ଏହାର ସ୍ଥାୟୀ ସମାଧାନ ପାଇଁ ଚନ୍ଦାହାଣ୍ଡି ତହସିଲଦାର ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦେଇନଥିବା ଅଭିଯୋଗ କରିଛନ୍ତି। ଆଜି ବିଦ୍ୟାଳୟ ଖୋଲିବା ପରେ ନୂଆ ମାଝୀ ଓ ତାଙ୍କ ପତ୍ନୀ ରୁକ୍ମଣୀ ମାଝୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏହା ଦେଖି ସମସ୍ତେ ଭୟଭୀତ ହୋଇ ଗ୍ରାମବାସୀଙ୍କ ଆଶ୍ରୟ ନେଇଥିଲେ। ପରେ ଛାତ୍ରଛାତ୍ରୀ ଗାଁ ମଝିରେ ଥିବା ଗଛ ମୂଳରେ ବସି ପାଠ ପଢ଼ିଥିବା ପ୍ରଧାନଶିକ୍ଷକ କରିଛନ୍ତି ଏନେଇ ଗ୍ରାମବାସୀ ଚନ୍ଦାହାଣ୍ଡି ଥାନା ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।