ଅଜଣ। ଶବକୁ ଚ।ରି କାନ୍ଧ ମିଳିଲ।
ଅଜଣା ଶବକୁ ଚାରିକାନ୍ଧ ମିଳିଲା
ନବରଙ୍ଗପୁର, ତା ୨୪/୧୦
ଡାକ୍ତରଖାନାରେ ଅସହାୟ ଶବକୁ କାନ୍ଧ ଦେବା ପାଇଁ ସମସ୍ତେ ପଛଘୁଞ୍ଚା ଦେଉଥିବା ବେଳେ ଆଗେଇ ଆସିଥିଲେ ଗୌଡ଼ସାହି ଗୋପବନ୍ଧୁ ଯୁବକ ସଂଘର ସଦସ୍ୟମାନେ । ଶବକୁ କାନ୍ଧ ଦେବା ସହ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରି ଯୁବକମାନେ ମାନବିକତାର ପରିଚୟ ଦେଇଛନ୍ତି। ଶବ ସତ୍କାର କରି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି ।
ବୁଧବାର ପୂର୍ବାହ୍ନରେ କେ ବାସୁଦେବ ରାଓ ନାମକ ଜଣେ ବ୍ୟକ୍ତିଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ଦୀର୍ଘଦିନ ଧରି ସେ ଅସହାୟ ଭାବରେ ରହିଆସୁଥିଲେ ଏବଂ ମୃତ୍ୟୁ ପରେ ତାଙ୍କୁ ଚାରିକାନ୍ଧ ଦେବା ପାଇଁ କେହି ପ୍ରସ୍ତୁତ ନଥିଲେ। ଖବର ପାଇ ନବରଙ୍ଗପୁର ସହର
ଗୌଡ଼ସାହି ଗୋପବନ୍ଧୁ ଯୁବକ ସଂଘର ସଦସ୍ୟମାନେ ନିଜ ନିଜ ଭିତରେ କିଛି କିଛି ଅର୍ଥ ସଂଗ୍ରହ କରି କେ ବାସୁଦେବ ରାଓଙ୍କ ଶବକୁ ସସମ୍ମାନେ ଶ୍ମଶାନ ନେଇ ସତ୍କାର କରିଥିଲେ। ଏହି ମହତ କାର୍ଯ୍ୟରେ ଗୋପବନ୍ଧୁ ଯୁବକ ସଂଘର ସଭାପତି ସୁବାସ ସାମନ୍ତରାୟ
ସଦସ୍ୟ ଶଙ୍କର ମହାନ୍ତି, ପି ପ୍ରଦୀପ, ନିଶିକାନ୍ତ ମହାନ୍ତି, ସାଇ, କ୍ରିଷ୍ଣା, ଗଣି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏଭଳି ସାମାଜିକ ସେବା ପାଇଁ ସମ୍ପୃକ୍ତ ଯୁବକମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ଶୁଭେଚ୍ଛା ପ୍ରଦାନ କରାଯାଇଛି।