District

କେବଳ ବ୍ୟାବସାୟିକ ଶତୃତ।ରୁ ହତ୍ୟାକାଣ୍ଡ କି ?

କେବଳ ବ୍ୟବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ କି ?

ପୀତବାସଙ୍କ ଚାମ୍ବର ସିଲ୍ କରିବାରେ ୫ ଦିନ ବିଳମ୍ବ କାହିଁକି ?

ବ୍ରହ୍ମପୁର,

ବହୁ ଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ। ବୁଧବାର ସୁଦ୍ଧା ୧୨ ଜଣ ଗିରଫ ହୋଇଥିଲା ବେଳେ ଗୁରୁବାର ଆଉଜଣେ ଅଭିଯୁକ୍ତ ସୁଦର୍ଶନ ଜେନା ଆତ୍ମସମର୍ପଣ କରିଛନ୍ତି । ଫଳରେ ଗିରଫଦାରୀ ୧୩କୁ ବୃଦ୍ଧି ପାଇଛି। କିନ୍ତୁ ମୋଟିଭଅଫ୍ କ୍ରାଇମ ବା ହତ୍ୟାର କାରଣ କାହାକୁ ବି ହଜମ ହୋଇ ନାହିଁ । ମୁଖ୍ୟ ଷଡଯନ୍ତ୍ରକାରୀ ପିଣ୍ଡୁ ଦାସଙ୍କ ଇଲେକ୍ଟ୍ରୋନିକ ପ୍ରମାଣ ଥିବା ସହ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ସଭ୍ୟପଦ ହରାଇଲେ ବ୍ରହ୍ମପୁର ବିଧାୟକ ଓ ମେୟର ପଦ ପିଣ୍ଡୁ ଦାସ ଓ ବିକ୍ରମ ପଣ୍ଡା ବାଣ୍ଟି ନେବା ଏକ କାରଣ ଦର୍ଶାଯାଇଛି। ସମସ୍ତେ ଜାଣନ୍ତି ଚୂଡାନ୍ତ ରାୟ ସୁପ୍ରିମକୋର୍ଟରୁ ହୁଏ ଏବଂ ଅନ୍ୟୁନ ୫ ବର୍ଷ ସମୟ ଲାଗେ। ତେଣୁ ଚିଲିକାରେ ମାଛ ଓ ଆକାଶର କଇଆଁକୁ ନେଇ ଘରେ ଏବେଠାରୁ ରୋଷେଇ ଆରମ୍ଭ କଲା ଭଳି କେହି ବି ବୋକା ନୁହନ୍ତି । ରାଜନୈତିକ ଶତ୍ରୁତା ସବୁ ଜାଗାରେ ଅଛି । ଶାସକ ଦଳର ଜଣେ ସକ୍ରିୟ ନେତାଙ୍କୁ ହତ୍ୟା କଲେ ଯେ ନିସ୍ତାର ନାହିଁ ସମସ୍ତେ ଜାଣିଛନ୍ତି । ତେଣୁ କେବଳ ବ୍ୟବସାୟିକ ଶତ୍ରୁତା ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଗଞ୍ଜାମ ଜିଲ୍ଲାର ପ୍ରାୟ ସବୁ ନେତା ବାଲି, ମୋରମ, ଦେଶୀ ମଦ ଓ ଜମିଜମା କଳା ବ୍ୟବସାୟରେ ଜଡିତ । ବିଜଦ ଶାସନରେ ଥିଲା ବେଳେ ଗୋପାଳପୁର ଓ ଆଖପାଖ ଅଙଳର ୩ଟି ଦେଶୀ ମଦଭାଟି ଏବଂ ବ୍ରହ୍ମପୁର ଟାଉନର ପ୍ରାୟ ୫ଟି ବିଦେଶୀ ମଦ ଦୋକାନ ଜୁଆଖେଳରୁ ବିଜଦ ନେତା ପଲଟି ଥିବା ସନ୍ତୋଷ ପାତ୍ର (ସନ୍ତୁ)ଙ୍କ ମାଲିକାନାରେ ଚାଲିଛି। ଏତଦ୍‌ବ୍ୟତୀତ ଭୁବନେଶ୍ବର ଓ ଭାଇଜାକ୍‌ରେ ମଧ୍ୟ ବ୍ୟବସାୟ ଅଛି । ସେ କୁଆଡେ ମାସକୁ ୨୫ ଲକ୍ଷ ଟଙ୍କା ମାମୁଲି ବିକ୍ରମ ପଣ୍ଡାଙ୍କୁ ଦେଉଥିଲେ । ଏବେ ଏସବୁ ଆଦାୟ ପୀତବାସ / ମନ୍ତ୍ରୀ ବିଭୂତି ଜେନାଙ୍କ ଯୁଗଳ ବନ୍ଦିଙ୍କ ଯୋଗୁଁ ବାଧାପ୍ରାପ୍ତ ହେଲା ବୋଲି ଚର୍ଚ୍ଚା ହେଉଛି। ପିଣ୍ଟୁ ଦାସଙ୍କ ମାଲିକାନାରେ ଗୋପାଳପୁର

ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜାଗାରେ ଏକର ଏକର ଜମି ଅଛି। ଏତଦ୍‌ବ୍ୟତୀତ ସବୁ ପ୍ରକାରର ଲିଟିଗେସନ୍‌ରେ ବର୍ତ୍ତମାନ ଦଖଲ ଦେଉଥିଲେ ପୀତବାସ। ଯେଉଁ କଳା କାରନାମାରୁ ବିକ୍ରମ କୋଟିକୋଟି ଟଙ୍କା ରୋଜଗାର କରୁଥିଲେ ସେହି ବ୍ୟବସାୟକୁ ଦଖଲା କଲେ ପୀତବାସ । ତେଣୁ ଏହି ବ୍ୟବସାୟିକ ଶତ୍ରୁତା ଯୋଗୁଁ ହିଁ ପୀତବାସଙ୍କୁ ହତ୍ୟା କରାଯାଇଛି ବୋଲି ଆଲୋଚନା ହେଉଛି ।

ପୀତବାସଙ୍କ ଚ୍ୟାମ୍ବରକୁ ୫ ଦିନ ପରେ ପୁଲିସ ସିଲ୍ କଲା ବୋଲି ଅଭିଯୋଗ ହେଉଛି। ପୀତବାସଙ୍କ ଡାଏରୀକୁ ମଧ୍ଯ ଆଜି ପର୍ଯ୍ୟନ୍ତ ଜବତ କରାଯାଇ ନାହିଁ । ମନ୍ତ୍ରୀ ବିଭୂତି ଜେନାଙ୍କ ଏହି କଳା ବ୍ୟବସାୟରେ ସହଭାଗିତା ଆସିବା ଯୋଗୁ ଚ୍ୟାମ୍ବର ସଫା ସୁତରୁରା ପରେ ସିଲ୍ କରାଗଲା ଓ ଡାଏରୀ ମଧ୍ୟ ଗାଏବ କରିଦିଆଗଲା ବୋଲି ଚର୍ଚ୍ଚା ହେଉଛି। ‘ନିର୍ଭୟ ଗୁମର କଥା’ର ଜଣେ ଶ୍ରୋତା କୌତୁହଳପୂର୍ଣ ମନ୍ତବ୍ୟ ଦେଇଛନ୍ତି ଯେ, ଗଞ୍ଜାମରେ ଚମ୍ବଲ ରାଜ୍ ଚାଲିଛି । ନେତାରୂପକ ଦସ୍ୟୁମାନଙ୍କ ଭିତରେ ଗୋଷ୍ଠୀ ସଂଘର୍ଷରୁ ଜଣେ ଦର୍ୟ୍ଯୁର ମୃତ୍ୟୁ ଘଟିଛି। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଅପରାଧପ୍ରବଣ ଜିଲ୍ଲାକୁ ଶାନ୍ତି ଫେରାଇବା ପାଇଁ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ସବୁ ନେତା କର୍ମୀମାନଙ୍କର ସମ୍ପତିକୁ ଅର୍ଥନିତିକ ଅପରାଧ ବିଭାଗ ଦ୍ବାରା ତଦନ୍ତ କରି ଯୁଗାନ୍ତକାରୀ ପଦକ୍ଷେ ନେବେ ବୋଲି ଆଶା କରାଯାଉଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button