District

ପୁଲିସ ସହିଦ ସୃତି ଦିବସ ପ।ଳିତ

ପୁଲିସ ସହିଦ ସ୍ମୃତି ଦିବସ ପାଳିତ

ନବରଙ୍ଗପୁର, ୨୨/ ୧୦ : ନବରଙ୍ଗପୁର ପୁଲିସ ପ୍ୟାରେଡ ପଡ଼ିଆରେ ୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଥିରେ ଏସପି ମଡକର ସନ୍ଦୀପ ସମ୍ପତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ସେହିପରି ଏଏସପି ଆଦିତ୍ୟସେନ, ଡିଏସପି ବିରେନ୍ଦ୍ର ଲାକ୍ରା, ଏସଡିପିଓ, ଇନିସପେକ୍ଟର ଯୋଗଦେଇ ସହିଦ ଯବାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ଏଥିସହ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ

ସହିଦ ହୋଇଥିବା ସମସ୍ତ ପୁଲିସ କର୍ମଚାରୀଙ୍କ ନାଁ ଅନୁସାରେ ସ୍ମୃତିଚାରଣ କରିଥିଲେ। ସହିଦ ପରିବାରଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବା ସହ ସେମାନ‌ଙ୍କ ସହ ଅଧିକାରୀମାନେ ଆଲୋଚନା କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଆଦର୍ଶ ଆଚରଣ ସହ ଜନସାଧାରଣଙ୍କ ସହ ବନ୍ଧୁତ୍ବଭାବ ଜାତ କରି ଆସ୍ଥାଭାଜନ ହେବା ପାଇଁ ଏସପି ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ୟାରେଡକୁ ଆରଆଇ ରଞ୍ଜିତ କୁମାର ଏକ୍କାଓ ସଂର୍ଜେଣ୍ଟ ପରିଚାଳନା କରିଥିଲେ। ପୁଲିସ ଓ ହାବିଲଦାର ସଂଘର ସଭାପତି ଅରୁଣ ସୁନାଙ୍କ ଅନ୍ୟ କର୍ମକର୍ତ୍ତାମାନେ କର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ । ସହଯୋଗ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button