
ଆଜି ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ-ଚୟନ ମାନସିକ ସାହିତ୍ୟ ପତ୍ରିକାରେ ମାଲକାନଗିରି ମାଟିର ସୁପ୍ରସିଦ୍ଧ କବି କେଶବ ଚନ୍ଦ୍ର ନାୟକଙ୍କ ଆଳାପ ଏବଂ ତାଙ୍କରି କେତୋଟି କବିତା ଆଜି ରାତି ୯.୩୦ ଘଟିକା ସମୟରେ ପ୍ରସାରିତ ହେବ। ଏହି ଆଳାପରେ କବି କେଶବ ଚନ୍ଦ୍ର ନାୟକଙ୍କ ସହିତ ମିନତି ରାଣୀ ନନ୍ଦ ଓ ରଞ୍ଜନ କୁମାର ବେହେରା ଉପସ୍ଥାପନା କରିବା। ଏହାର ପ୍ରଯୋଜନା
କରିଛନ୍ତି ମନୋଜ କୁମାର ପୂଜାରୀ ।
କବି କେଶବ ଚନ୍ଦ୍ର ନାୟକ ମାଲକାନଗିରି ମାଟିର ଜଣେ ସୁପ୍ରସିଦ୍ଧ କବି ଭାବ ଓଡ଼ିଶାରେ ଏକ ସ୍ବତନ୍ତ୍ର ନାମ ରହିଛି। ସାହିତ୍ୟ ସାଧନା ହେଉଛି ତାଙ୍କ ଜୀବନ ବନ ରୁଚି। ବିଶେଷ କରି ଛନ୍ଦ ବଦ୍ଧ କବିତା ରଚନା କରିବାକୁ ସେ ଭଲ ପାଆନ୍ତି। କାରଣ ଛନ୍ଦ ବଦ୍ଧ କବିତା ଧୀରେ ଧୀରେ ଆମ ଓଡିଆ ସାହିତ୍ୟରୁ ବିଚ୍ୟୁତ ହୋଇ ଯାଉଛି। ଏହି ଛନ୍ଦ ବଦ୍ଧ କବିତା
ରଚନା କରିବାକୁ ହେଲେ, ଶବ୍ଦ ଜ୍ଞାନ, ଯତିପାତ, ବିଷୟ ବସ୍ତୁ
ସହିତ ସମୟ ସାପକ୍ଷ ଅଟେ। ଏଣୁ ଆଜିକାଲିର କବି ଓ କବୟିତ୍ରୀମାନେ ଛନ୍ଦ ମୁକ୍ତ କବିତା ଲେଖିବାକୁ ସହଜ ସାଧ୍ୟ
ମନେ କରନ୍ତି। ଏଥିରେ ମାନସିକ ଚାପ ହ୍ରାସ ସହିତ ଶବ୍ଦ ସଂଯୋଜନାରେ ପ୍ରତିବନ୍ଧକ ସୃଷ୍ଟି ହୋଇ ନଥାଏ। ତେଣୁ
ଆଜିର ଆଳାପରେ କବି କେଶବ ଚନ୍ଦ୍ର ନାୟକଙ୍କ ସାହିତ୍ୟିକ ଜୀବନର ଭାବାବେଗକୁ ଶ୍ରୋତାମାନେ ଆଜି ରାତି ୯.୩୦ରେ
ଶ୍ରବଣ କରି ପାରିବେ।
କବି କେଶବ ଚନ୍ଦ୍ର ନାୟକ ଦ୍ବାରା କବିତା ପୁସ୍ତକ ଭାବରେ
ଜୀବନ ନାଟକ, ମଶାଣି, ମେଘ ମହ୍ଲାର , ଦାରୁ ବ୍ରହ୍ମ ଓ ଦାରୁ ଦେବତା ପ୍ରକାଶିତ ହୋଇ ସାରିଛି। ଅନ୍ୟାନ୍ୟ ପୁସ୍ତକ ଭାବରେ
ପୁନା ଚୁକ୍ତି, ବୁଦ୍ଧ ଶିକ୍ଷା କଣ ପାଇଁ ଏବଂ ମାଲକାନଗିରି ବଡ଼ ଯାତ୍ରା ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ନିବନ୍ଧ, ଗଳ୍ପ ଓ ବିଭିନ୍ନ କବିତା
ଓଡ଼ିଶାର ସୁନାମଧନ୍ୟ ପତ୍ର ପତ୍ରିକାରେ ସାପ୍ତାହିକ ଓ ମାନସିକ
ଭାବେ ପ୍ରକାଶ ପାଇ ଓଡ଼ିଶାର ଅଗଣିତ ପାଠକ ମହଲରେ ପ୍ରଶଂସାତି। ବର୍ତ୍ତମାନ ସେ ତିନି ଶହରୁ ଊର୍ଦ୍ଧ୍ବ ମାନପତ୍ର ଓ ଫଳକ ଦ୍ବାରା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କ
ଠାରୁ ପୁରସ୍କୃତ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)