ଭୁଲ ଇଞ୍ଜେକ୍ସନ ଯୁବକଙ୍କ ଚ।ଲିଗଲ। ଜୀବନ
ଭୁଲ ଇଞ୍ଜେକ୍ସନ ଯୁବକଙ୍କ ଜୀବନ ନେଲା
ବୋଲଗଡ,୨୧/୧୦: ବୋଲଗଡ ବ୍ଲକ ରେ ମାଳ ମାଳ ଅନଭିଜ୍ଞ ପାଥୋଲାବ ଯୋଗୁଁ ରୋଗୀଙ୍କ ଜୀବନ ଯାଉଥିବା ଜଣାପଡିଛି । ମଙ୍ଗଳବାର ଜଣେ ୨୦ବର୍ଷୀୟ ଯୁବକଙ୍କ ଜୀବନ ଯାଇଛି। ସୂଚନାରୁ ପ୍ରକାଶ ମାଳିସାହି ଗ୍ରାମର ବିଷ୍ଣୁ ପ୍ରସାଦ ମହାପାତ୍ର ଓରଫ ଲଖନୀ ୨ଦିନ ଧରି ଜ୍ଵରରେ ପୀଡିତ ଥିଲେ । ମଙ୍ଗଳବାର ବୋଲଗଡ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଡାକ୍ତର କେତେକ ପରୀକ୍ଷା କରିବା ପାଇଁ କହିଥିଲେ । ନିକଟସ୍ଥ ପାଥୋଲାବକୁ ଯୁବକ ଯାଇଥିଲେ ସଙ୍ଗେ ସଙ୍ଗେ ବାନ୍ତି ପରୀକ୍ଷା ବେଳେ ଏକ ଇଞ୍ଜେକ୍ସନ ଦେଇଥିଲେ ଫଳରେ ଯୁବକଜଣକ କରିଥିଲେ ।ପରେ ସେ ସେଠାରେ ପଡିଯାଇଥିଲେ ତାଙ୍କ ଙ୍କର ଭାଇ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥିଲେ । ସେ ସେଠାରେ ଡାକ୍ତର ଯୁବକ ଅବସ୍ଥା ଗୁରୁତର ହୋଇଥିବା ଜଣାଇ ଅଧୂକ ଚିକିତ୍ସା ପାଇଁ ପଠାଇଥିଲେ | ତେବେ ଯୁବକଙ୍କୁ ନୟାଗଡ ନେବା ରାସ୍ତାରେ ଜୀବନ ଚାଲିଯାଇ“` ଜଣାପଡିଛି। କିଛି। ଯୁବକର ଅକାଳ ବିୟୋଗ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କର୍ସି ଖନୀ ଜଣେ ଭଦ୍ର ପରୋପକାରୀ ଯୁବକ ଥିଲେ ।
ଭୁଲ ଇଞ୍ଜେକସନ ନେଲା କଲେଜ ଛାତ୍ରଙ୍କ ଜୀବନ
ନକଲି ଡାକ୍ତରଙ୍କ ପାଇଁ ଯାଉଛି ବହୁ ଅମୂଲ୍ୟ ଜୀବନ
ନୀରବ ଦ୍ରଷ୍ଟା ସାଜିଛି ସ୍ଵାସ୍ଥ୍ୟ ବିଭାଗ
ଖୋର୍ଦ୍ଧା,୨୧/୧୦ ଖୁଲମ୍ ଖୁଲା ଚାଲିଛି ବିନା ଲାଇସେନ୍ସ ଧାରୀ ବ୍ୟବସାୟୀଙ୍କ ଔଷଧ ଦୋକାନ ଓ ସ୍ୱାସ୍ଥ୍ୟସେବା । ଅକାଳରେ ଚାଲି ଯାଉଛି ଅନେକ ମୂଲ୍ୟବାନ ଜୀବନଛ ନିଦା ବିଷ୍ଣୁ ସାଜିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଗାଁ ଗାଁରେ ମାତିଛନ୍ତି ନକଲି ଡାକ୍ତର । ବିନା ଡାକ୍ତରୀ ପାଠ ପଢାରେ ଖୁଲମ ଖୁଲା କରୁଛନ୍ତି ରୋଗୀ ସେବା ପୁଣି ରୋଗୀଙ୍କୁ କଢ଼ା ଦାମରେ ଦେଉଛନ୍ତି ଭୁଲ ଔଷଧ ଓ ଇଞ୍ଜେକସନ । ଏଭଳି ଅଭାବନୀୟ ଘଟଣା ଘଟୁଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ।
ସୂଚନା ଅନୁଯାୟୀ ବୋଲାଗଜ ଆନା ଅଧୀନ ଦିବ୍ୟସିଂହପୁରୁ ମାଳିସାହି ଗ୍ରାମର ସନ୍ତୋଷ ମହାପାତ୍ରଙ୍କ ସାନ ପୁଅ ବିଷ୍ଣୁ ପ୍ରସାଦ ମହାପାତ୍ର (୧୮) ବର୍ଷ ଙ୍କର ଅଣ୍ଡା ଜ୍ଵର ହୋଇଥିଲାଛି ମଙ୍ଗଳବାର ସକାଳୁ ନିକଟସ୍ଥ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବନ ଭାଇଙ୍କ ସହିତ ଚିକିତ୍ସା ନିମନ୍ତେ ଆସିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ପାଥୋଲୋଜି ଲ୍ୟାବରେ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ସେଥିରେ ତାଙ୍କର
ଟାଇଫଏଡ ହୋଇଥିବା ନେଇ ଜୈନିକ ପାଥ ଲ୍ୟାବ କର୍ମଚାରୀ କହିଥିଲେ ଓ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକ ନାହିଁ ମୁଁ ଔଷଧ ଇଞ୍ଜେକସନ ଦେଇ ଦେଉଛି ଖୁବ୍ ଶିଘ୍ର ଭଲ ହୋଇଯିବ ବୋଲି କହିଥିଲେ ।
ନିଜର ଔଷଧ ଦୋକାନରୁ ଏକ ଭୁଲ ଇଞ୍ଜେକସନ ଆଣି ବିଷ୍ଣୁ ପ୍ରସାଦକୁ ଇଞ୍ଜେକସନ ଦେଇଥିଲେ । ଇଞ୍ଜେକସନ ଦେବୀର କିଛି ସମୟ ପରେ ମୁଣ୍ଡ ବୁଲେଇ
ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ବୋଲଗଡ଼
ହେବା ସହିତ ବାରି କରିଥିଲେ । ତୁରନ୍ତ ବୋଲଗଡ଼ ଡାକ୍ତରଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟ ଦେଖାଇବା ପରେ ଗୁରୁତର ହୋଇଛି ବୋଲି ଡାକ୍ତର କହିଥିଲେ ଓ ପରାମର୍ଶରେ ରହିଲେ ଖୋର୍ଦ୍ଧା ନେଲେ ଡେରି ହୋଇଯିବ ତେଣୁ ତୁମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଅ ।
ଏନେଇ ୧୦୮ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ
ନିଆଯାଇଥିଲା । ସେଠାରେ ଡାକ୍ତର ବିଷ୍ଣୁ ପ୍ରସାଦଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ମୂତ ବିଷ୍ଣୁ ପ୍ରାସାଦ ବୋଇଗଡ଼ ପରମାନନ୍ଦ ମହାବିଦ୍ୟାଳୟର ୩ ର ପ୍ରଥମ ବର୍ଷ ଛାତ୍ର ଥିଲେ । ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁକୁ ନେଇ ପରମାନନ୍ଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ମାଳିସାହି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
ବିଷ୍ଣୁ ପ୍ରସାଦଙ୍କ ବାପା ରୋଗ ଶଯ୍ୟାରେ ପୀଡ଼ିତ ଅଛନ୍ତି । ତାଙ୍କ ପରିବାରଙ୍କୁ ସରକାରଙ୍କ ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ବୋଲଗଡ଼ ଅଞ୍ଚଳତ ଦ୍ଵିଖିବା ମହଲରେ ନକରି ଡ଼ାକ୍ତର ଓ ବିନା ଲାଇସେନ୍ସ ଔଷଧ ବ୍ୟବସାୟୀଙ୍କ ବିରୋଧ ରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ୍ ପ୍ରଶାସନ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାଇ ଦଣ୍ଡ ବିଧାନ କରିବା ସହିତ ଅଞ୍ଚଳରେ ଚାଲିଥିବା ନକଲି ଡାକ୍ତରଙ୍କ ଚିକିତ୍ସା କେନ୍ଦ୍ରକୁ ବନ୍ଦ କରିବାକୁ ଦୃଢ଼ ଦାବି ହେଉଛି ।