୫ ଅଭିଯୁକ୍ତ ଗିରଫ ୨ ପିସ୍ତଲ ଜବତ ଚ।ଲ।ଣ ବେଳେ ୩୫୦ କେଜି ଗଞ୍ଜେଇ ଜବତ କଲ। ପୋଲିସ
୫ ଅଭିଯୁକ୍ତ ଗିରଫ, ୨ ପିସ୍ତଲ ଜବତ
ଚାଲାଣବେଳେ ୩୫୦ କେଜି ଗଞ୍ଜେଇ ଜବତକଲା ପୋଲିସ ।
ଖବରଦାତା ସମ୍ମିଳନୀରେ ଏସ୍ପି ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୂଚନା ଦେଉଛନ୍ତି।
ଜୟପୁର / ନନ୍ଦପୁର /ପାଢ଼ୁଆ, ୧୫/୧୦
କୋରାପୁଟ ଜିଲ୍ଲାରେ ଆଣ୍ଟି କ୍ରାଇମ ଡ୍ରାଇଭ ଜାରି ରହିଛି। ଗଞ୍ଜେଇ ଚାଲାଣବେଳେ କୋରାପୁଟ ଜିଲା ପାଡ଼ୁଆ ଥାନା ପୋଲିସ ଏକ ଗାଡ଼ିରୁ ୩୫୦ କେଜି ଗଞ୍ଜେଇ ସହ କାର୍ ଜବତକରି ୫ ଅଭିଯୁକ୍ତଙ୍କୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜୟପୁର ସଦର ଥାନା କୁସୁମପୁଟର ଲାଲ ବାହାଦୁର ଦର୍ଜି(୩୪), ମାଛକୁଣ୍ଡ ବାଲେଲ୍ – ଗ୍ରାମର ତ୍ରିନାଥ ଖରା (୩୦), ସୁରେଶ ବେଷାୟୀ(୨୨), ସଞ୍ଜୟ ଖତୃଷାର କାନ୍ତି। ମକ୍ରାମଭର
ଯୋଗେଶ ଖରା (୨୦)। ସେମାନଙ୍କଠାରୁ ୨ଟି ପିସ୍ତଲ ଜବତ କରାଯାଇଥିବା ବୁଧବାର କୋରାପୁଟ ଏସ୍ପି ରୋହିତ ବର୍ମା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି I ଲାଲ ବାହାଦୁର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ I ତାଙ୍କ ନାମରେ ୨୦ଟି ଆପରାଧିକ ମାମଲା ରହିଛି। ବହୁ ମାମଲାରେ ସେ ପଳାତକ ଥିଲେ । ତାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଓରେଣ୍ଟି ଜାରି କରିଥିବା ଏସ୍ପି ସୂଚନା ଦେଇଛନ୍ତି।
ମଙ୍ଗଳବାର ଏକ କାର୍ (ଓଆର୍-୧୦ଏଚ୍-୦୮୩୭)ରେ ଦୋକାନପୁଟ ଅଞ୍ଚଳରୁ ପଟାଙ୍ଗିକୁ ଗଞ୍ଜେଇ ଚାଲାଣ ହେଉଥିବା ପାଡ଼ୁଆ ପୋଲିସ ଖବର
ଆଇଥିଲା। ପାଡ଼ୁଆ ଏସ୍ଆଇ ସୁରେନ୍ଦ୍ର କୁମାର ସେଠୀଙ୍କ ନେତୃତ୍ବରେ ଏକ ଟିମ୍ ମଲି ସୁବଲର ଛକରେ ଜଗି ରହିଥିଲା। ଗାଡ଼ିଟିକୁ ଅଟକାଇବାରୁ ଡ୍ରାଇଭର ଦ୍ରୁତଗତିରେ ଅର୍ଲାଭପୁଟ ପଟେ ନେଇଥିଲେ। ପିଛା କରିବାରୁ ଚାଲାଣକାରୀମାନେ ପୋଲିସକୁ ପିସ୍ତଲ ଦେଖାଇ ଗାଡ଼ି ଛାଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତଥାପି ମଧ୍ଯ ପୋଲିସ ୫ ଜଣକୁ କାବୁକରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କଠାରୁ ଜବତ ବନ୍ଧୁକ ମଧ୍ୟରୁ ଗୋଟିଏରେ ଅଟୋ ଡିଷ୍ଟାଲ ମେଡ୍ ଇନ୍ ୟୁଏଏସ୍ ଲେଖାଯାଇଛି I ଏହା ବ୍ୟତୀତ ୨ଟି ମାର୍ଜିନ, ୪ଟି ଜୀବନ୍ତ ଗୁଳି ଜବତ ହୋଇଛି। ଚାଲାଣକାରୀଙ୍କର ବିହାର ମାଫିଆଙ୍କ ସହ ଗଞ୍ଜେଇ କରାବାର ରହିଥିବା ଜାଣିବା ପରେ ଏକ ଟିମ୍ ବିହାର ଗସ୍ତ କରିଛି। ୧୬ ପ୍ୟାକେଟ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମାଧବ ପାଙ୍ଗୀଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ପାଡୁଆ ଥାନା କେସ୍ ନଂ ୧୧୪/୨୫ରେ ମାମଲା ରୁଜୁ କରାଯାଇଛି। ଉକ୍ତ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ପାର୍ଥ କଶ୍ୟପ, ଜୟପୁର ସଦର ଥାନାଧୂକାରୀ ସଚ୍ଚିନ୍ଦ୍ର ପ୍ରଧାନ, ପାଢୁଆ ଥାନାଧିକାରୀ ଅଶୋକ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।