District
ବାଇକ ଦୁର୍ଘଟଣାରେ ଯୁବକ ମୃତ, ଜଣେ ଗୁରୁତର
ବାଇକ ଦୁର୍ଘଟଣାରେ ଯୁବକ ମୃତ, ଜଣେ ଗୁରୁତର
ରାଇଘର,୮/୧୦ : ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆରୋହୀ କୋରାପୁଟ ମେଡିକାଲରେ ଜୀବନ ମରଣ ସହ ଲଢ଼େଇ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ସରଗୁଲୀ ଡିଏନ୍କେ ଗ୍ରାମର ତାରକ ମଣ୍ଡଳ ଓ ଚିରଞ୍ଜିତ ଭକ୍ତ ଏକ ପଲସର ବାଇକ ଯୋଗେ କୌଣସି ଏକ କାର୍ଯ୍ୟରେ ରାଇଘରକୁ ଆସି ରାତ୍ରି ପ୍ରାୟ ୯.୩୦ରେ ସମୟରେ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ସମୟରେ କୁମୁଲୀ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛ ଦେହରେ ଯାଇ ପିଟି ହୋଇ ଛିଟିକି ପଡ଼ିଥିଲେ | ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଯୋଗେ ଦୁହିଁଙ୍କୁ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠେଇଥିଲେ ରାଇଘର ଡାକ୍ତରଖାନାରେ ତାରକ ମଣ୍ଡଳଙ୍କୁ ମୃତ ବୋଲି ଘୋଷଣା କରିବା ସହିତ ତ ପ୍ରଶ୍ନଜିତକୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି |