କଫି ଟ୍ରେ ଲସ୍ ପ।କ୍ କୁ ଅନୁଦ।ନ ଅଭ।ବ
କଫି ଟ୍ରେଲସ୍ ପାର୍କକୁ ଅନୁଦାନ ଅଭାବ
ଉଦ୍ଘାଟନର ବର୍ଷକ ପରେ ବି କାର୍ଯ୍ୟକ୍ଷମ ନୋହିଲା
କୋରାପୁଟ,୮/୧୦:
କପି ଟ୍ରେଲସ୍ ପାର୍କ ଉଦ୍ଘାଟନର ବର୍ଷକ ପରେ ବି କାର୍ଯ୍ୟକ୍ଷମ ହୋଇପାରିନି। ଅନୁଦାନ ଅଭାବରୁ କଫି ମେସିନ କିଣା ଯାଇପାରୁନଥିବା ବେଳେ ସ୍ପ୍ରିଙ୍ଗ ରୁମ ନିର୍ମାଣ ଭଳି ଆନୁଷଙ୍ଗିକ କାର୍ଯ୍ୟ ସରିନା ଫଳରେ କୋରାପୁଟ କଫିର ମଜା ନେବାରୁ ବଞ୍ଚିତ ହୋଇଛନ୍ତି ପର୍ଯ୍ୟଟକ ଓ କପି ଲଭର
୨୦୨୪ ଅକ୍ଟୋବରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଦ୍ଘାଟନ ହୋଇଥିଲା କଫି ଟ୍ରେଲସ୍ ପାର୍ଟୀ ଏଥି ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ ହୋଇଥିଲା ମୁକ୍ତା ଓ ଡିଏଏଫ୍ ପାଣ୍ଠିରେ ଏହି ପାର୍କ ପ୍ରତିଷ୍ଠା ହୋଇଥିଲା ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ବରେ ପୌର ପ୍ରଶାସନ ରହିଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏଭଳି ପାର୍କ ପ୍ରଥମ ହୋଇଥିବା ବେଳେ ପାର୍କ ମଧ୍ୟରେ କଫି ଷ୍ଟଲ, କଫି ବଗିଚା, ଲୋକଙ୍କ ବସିବା ପାଇଁ ଚେୟାର ଏବଂ ଲୋକଙ୍କୁ ଆକୃଷ୍ଟ କରିବା ଭଳି ଏକ ଉନ୍ନତ ପରିବେଶ ସୃଷ୍ଟି କରାଯାଇଛି। ପାର୍କ ମଧ୍ୟରେ ପିଇବା ପାଣି ଏବଂ ଶୌଚାଳୟର ବ୍ୟବସ୍ଥା ମଧ୍ୟ ରହିଛି କୋରାପୁଟ କଫିର ଉପକାରିତା ସଂପର୍କରେ ଷ୍ଟଲ କାନ୍ଥରେ ଉଲ୍ଲେଖ କରାଯାଇଥିବା ବେଳେ ପାର୍କକୁ ଲାଗି ବ୍ୟାଡ୍ମିଣ୍ଡନ କୋର୍ଟ ନିର୍ମାଣ କରାଯାଇଛି। କୋରାପୁଟ
କଫିର ମଜା ନେବା ସହ ବ୍ୟାଡ୍ମିଣ୍ଟନ ଖେଳିବାର ମୁଯୋଗ ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଥିଲା। କିନ୍ତୁ ଏତେ ଉନ୍ନତ ଚିନ୍ତାଧାରାରେ ନିର୍ମାଣ ହୋଇଥିବା କପି ଟ୍ରେଲସ୍ ପାର୍କ ଆରମ୍ଭରୁ
କିଣା ଯାଇପାରେକି କଫି ପ୍ରସ୍ତୁତ ମେସିନ
ଭିତିଭୂମି ନିର୍ମାଣ ପାଇଁ ଖର୍ଚ୍ଚ ୩୦ ଲକ୍ଷ
ହିଁ ଝୁଣ୍ଟିବାକୁ ଲାଗିଲା। ଉଦ୍ଘାଟନ ସମୟରେ କୋରାପୁଟ କପିରୁ ପାର୍କକୁ ଅଣାଯାଇଥିବା କଫି ତିଆରି ମେସିନ୍କୁ କର୍ତ୍ତୃପକ୍ଷ ନେଇ ପଳାଇବା ପରେ ପାର୍କ ବନ୍ଦ ହୋଇଯାଇଥିଲା ।
ସେହିପରି ଅନୁଦାନ ଓ ଆବଶ୍ୟକ ଭିତ୍ତଭୂମି ଅଭାବରୁ
ବ୍ୟାଡ୍ମିଣ୍ଡନ କୋର୍ଟ ବି ଆରମ୍ଭ ହୋଇପାରିନି। ପାର୍କର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନଥିବାରୁ ପିଇବା ପାଣି ମେସିନ୍ ଅଚଳ ହୋଇ ପଡ଼ିଛି ପୌର ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି, ପାର୍କ
Coffee Tradi
COFFEE TRAILS
ପରିଚାଳନା ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ଅନୁଦାନ ଅନୁମୋଦନ ହୋଇଥିଲା ଯାହା ଏ ପର୍ଯ୍ୟନ୍ତ ମିଳିପାରିନି ଡିଏମ୍ ଏଫ୍ କମିଟି ବୈଠକ ବସିବା ପରେ ପାଣ୍ଠି ମାଧ୍ୟମରେ କପି ଟ୍ରେଲସ୍ ପାର୍କର ଆବଶ୍ୟକତା ପୂରଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।